'ମା ପାଇଁ, ଗଛଟିଏ'  ଅଭିଯାନ : ସବୁଜ ସମ୍ବଲପୁର ପାଇଁ ୧୦ ହଜାର ବୃକ୍ଷରୋପଣ
ସମ୍ବଲପୁର, ୨୮ ଜୁନ୍ (ହି.ସ.)- ''ମା ପାଇଁ, ଗଛଟିଏ'' ଅଭିଯାନରେ ଆଜି ସମ୍ବଲପୁରରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ୧୦ ହଜାର ବୃକ୍ଷ ରୋପଣ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ରାଜ୍ୟ ମନ୍ତ୍ରୀ (ଉଚ
'ମାଁ ପାଇଁ, ଗଛଟିଏ'  ଅଭିଯାନ : ସବୁଜ ସମ୍ବଲପୁର ପାଇଁ ୧୦ ହଜାର ବୃକ୍ଷରୋପଣ


'ମାଁ ପାଇଁ, ଗଛଟିଏ'  ଅଭିଯାନ : ସବୁଜ ସମ୍ବଲପୁର ପାଇଁ ୧୦ ହଜାର ବୃକ୍ଷରୋପଣ


'ମାଁ ପାଇଁ, ଗଛଟିଏ'  ଅଭିଯାନ : ସବୁଜ ସମ୍ବଲପୁର ପାଇଁ ୧୦ ହଜାର ବୃକ୍ଷରୋପଣ


'ମାଁ ପାଇଁ, ଗଛଟିଏ'  ଅଭିଯାନ : ସବୁଜ ସମ୍ବଲପୁର ପାଇଁ ୧୦ ହଜାର ବୃକ୍ଷରୋପଣ


ସମ୍ବଲପୁର, ୨୮ ଜୁନ୍ (ହି.ସ.)-

'ମା ପାଇଁ, ଗଛଟିଏ' ଅଭିଯାନରେ ଆଜି ସମ୍ବଲପୁରରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ୧୦ ହଜାର ବୃକ୍ଷ ରୋପଣ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ରାଜ୍ୟ ମନ୍ତ୍ରୀ (ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି) ସୂର୍ଯ୍ୟବଂଶୀ ସୁରଜ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ପଶ୍ଚିମାଞ୍ଚଳ ପୋଲିସ ଆଇ.ଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଲେ ଯେ, ଏହି ଅଭିଯାନ ଦୀପାବଳି ପର୍ଯ୍ୟନ୍ତ ଚାଲୁ ରହିବ ଓ ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ବୃକ୍ଷ ରୋପଣ କରାଯିବ। ସେ କହିଥିଲେ ଯେ, ନୂଆଖାଇ, ସମଲେଶ୍ୱରୀ ମନ୍ଦିର, ମହାନଦୀ ଓ ଶୀତଳଷଷ୍ଠୀ ପାଇଁ ପରିଚିତ ସମ୍ବଲପୁର, ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷାରେ ମଧ୍ୟ ଦେଶରେ ଚର୍ଚ୍ଚିତ ହେବା ଉଚିତ୍। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଜିଲ୍ଲା ବାସୀଙ୍କୁ ଆହ୍ୱାନ ଦେଇଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଜ ବ୍ଯକ୍ତବରେ କହିଲେ, “ଭାରତୀୟ ସଂସ୍କୃତିରେ ମା'ଆଙ୍କୁ ଯେପରି ସମ୍ମାନ ଦିଆଯାଏ ସେହିପରି ପ୍ରକୃତି ମାତାଙ୍କୁ ମଧ୍ୟ ସମସ୍ତେ ସମ୍ମାନ ଦେବା ଆବଶ୍ୟକ । ବିକଶିତ ଓଡିଶାର ସ୍ବପ୍ନ ସାକାର ହୋଇପାରିବ ଯେତେବେଳେ ଆମେ ପ୍ରାକୃତିକୁ ଉପଯୁକ୍ତ ସୁରକ୍ଷା ଦେବୁ । ଆଜି ୧୦ ହଜାର ବୃକ୍ଷ ଲଗାଯିବା ପାଇଁ ସଂକଳ୍ପ ନିଆ ଯାଇଛି, ତେବେ ଯେତିକି ଆଗ୍ରହର ସହ ଆଜିର ଏହି ବୃକ୍ଷ ରୋପଣ କରାଗଲା ତାକୁ ବଞ୍ଚାଇବା ପାଇଁ ବି ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ବୋଲି ସଚେତନ କରାଇଥିଲେ ।

ଝାରସୁଗୁଡା ବିଧାୟକ ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ବୃକ୍ଷରୋପଣ ଓ ତାର ସୁରକ୍ଷା ପ୍ରତି ଲୋକଙ୍କ ଦାୟିତ୍ୱ ବଢ଼ିବା ଦରକାର ବୋଲି କହିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ପ୍ରକୃତି ବନ୍ଧୁ ଜେମା ମେହେର ଓ ପ୍ରଙ୍କଜିନୀ ନାଏକଙ୍କୁ ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande