ସ୍ୱାତୀ ପକ୍ଷରୁ ଝିରିପାଣୀ ଠାରେ ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର
Mass Blood testing camp by swati in jhiripani
ଫୋଟ


କନ୍ଧମାଳ, ୨୮ ଜୁନ୍ (ହି.ସ.) - ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ମିଳିତ ସହଯୋଗରେ ଏକ ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଂଚଳ ଭାବେ ଜଣାଶୁଣା ତୁମୁଡିବନ୍ଧ ବ୍ଲକ୍ ର ଝିରିପାଣୀ ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ମାଧ୍ୟମରେ ଜିଲ୍ଳା ରେ ଚାଲି ଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ଦ୍ୱାରା କନ୍ଧମାଳ ଜିଲ୍ଲା ର କୋଣ ଅନୁକୋଣ ରେ ଥିବା ଏଚ୍.ଆ.ଇ.ଭି. ସଂକ୍ରମିତ ମାନଙ୍କୁ ଚିହ୍ନଟ କରିବା ପାଇଁ ଗୋଷ୍ଠି ସ୍ତରରେ ସାମୁହିକ ରକ୍ତ ପରିକ୍ଷା କରାଯାଉଛି । ଝିରିପାଣି ସରପଂଚ କାନ୍ତି ପାତ୍ର ଓ ପଂଚାୟତ ପ୍ରତିନିଧି ସାମୁକା ନାୟକଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ତିନି ପ୍ରକାର ଯଥା- ହେପାଟାଇଟିସ୍-ବି, ହେପାଟାଇଟିସ୍-ସି ଓ ଏଚ୍.ଆ.ଇ.ଭି. ପାଇଁ ନମୁନା ସଂଗ୍ରହ କରି ପରିକ୍ଷା କରାଯାଇଥିଲା । ମୋଟ ଭାବରେ ୯୬ ଜଣଙ୍କ ରକ୍ତ ନାମୁନା ସଂଗ୍ରହ ହୋଇଥିବା ବେଳେ ପ୍ରକଳ୍ପ ର ପରାମର୍ଶ ଦାତ୍ରୀ ସ୍ନେହଲତା ନାୟକ ଯୋଗଦେଇ ରକ୍ତ ନମୁନା ସଂଗୃହିତ ହେଉଥିବା ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେବା ସହ ଚିହ୍ନିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ବୁଝାଇଥିଲେ । ଅନୁଷ୍ଠାନର ଅନ୍ୟ କର୍ମୀ ଯୋତ୍ସ୍ନା କହଁର, ସ୍ୱାଗତିକା ନାୟକ ଓ ସୀତା ରଣା ଏହି ଶିବିରରେ ରେ ଉପସ୍ଥିତ ରହି ଜାତିୟ ଏ.ଡ୍.ସ୍. ନିୟନ୍ତ୍ରଣ ସଂସ୍ଥା ଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲ୍ ଫ୍ରି ନଂ-୧୦୯୭ ର ଗୁରୁତ୍ୱ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅଧିକରୁ ଅଧିକ ଉପଭୋକ୍ତା ମାନଙ୍କୁ ଯୋଡି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କୁ ଅଧିକ ରୁ ଅଧିକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ଚେଷ୍ଟା କରିଥିଲେ । ଶିବିର ଟିକୁ ଲେବୋ୍ରଟୋରି ଟେକ୍ନିସିଆନ୍ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିଲେ । ଯଦି ସରାକାର ଙ୍କ ଦ୍ୱାରା ଆୟୋଜିତ ଏହି ଚିହ୍ନଟିକରଣ ପ୍ରକ୍ରିୟା ରେ ଅଧିକରୁ ଅଧିକ ବ୍ୟକ୍ତି ବିଶେଷ ଯୋଡି ନହେବେ ତେବେ ଦିର୍ଘସ୍ଥାୟି ବିକାଶ ଲକ୍ଷ ହାସଲରେ ୦୪ ନମ୍ବର ରେ ଥିବା ପ୍ରତ୍ୟେକ ବୟସର ବ୍ୟକ୍ତି ମାନଙ୍କ ପାଇଁ ସୁସ୍ଥ ଓ ନିରାମୟ ଜିବନ ସୁନିଶ୍ଚିତ କରିବା ସମ୍ଭବ ହେବ ନାହିଁ ବୋଲି ଅନୁଷ୍ଠାନ ର ସମ୍ପାଦକ ହରି ଶଙ୍କର ରାଉତ ମତ ଦେଇଥିଲେ ।

ଶିବିରରେ ପହଂଚିଥିବା ଜନସାଧାରଣ ଏହିପରି ଶିବିର ଆୟୋଜନ କୁ ସ୍ୱାଗତ କରିଥିବା ବେଳେ ଆଗାମି ଦିନରେ ସରକାରଙ୍କ ତରଫରୁ ମଧ୍ୟ ଏମିତି ଶିବିର କରାଇବାକୁ ଦାବି କରିଛନ୍ତି ଯାହା ରୋଗ ଚିହ୍ନଟ ସାଙ୍ଗକୁ ଜନସାଧାରଣଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ ବୋଲି ମଧ୍ୟ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande