ଜୁନ୍ ୨୯କୁ ଅସ୍ମିତା ଦିବସ ଭାବରେ ପାଳନ କରନ୍ତୁ ସରକାର
ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ୧୪୩୫ ମସିହା ଜୁନ୍ ୨୯ ତାରିଖ ନିଜର ସିଂହାସନ ଆରୋହଣ ଅବସରରେ ଗଜପତି କପିଳେନ୍ଦ୍ର ଦେବ ଘୋଷଣା କଲେ - “ମୋ ଜାତି ଓଡ଼ିଆ, ମୋ ଭାଷା ଓଡ଼ିଆ, ମୋ ରାଜ୍ୟର ନାମ ଓଡ଼ିଶା ଓ ଓଡ଼ିଶାର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ” । କିନ୍ତୁ ଦୁଃଖର କଥା ଆଜିକୁ ୯୯୦ ବର୍ଷ ବିତିଯାଇଥିଲେ ସୁଦ୍ଧା
ଜୁନ୍ ୨୯କୁ ଅସ୍ମିତା ଦିବସ ଭାବରେ ପାଳନ କରନ୍ତୁ ସରକାର


ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ୧୪୩୫ ମସିହା ଜୁନ୍ ୨୯ ତାରିଖ ନିଜର ସିଂହାସନ ଆରୋହଣ ଅବସରରେ ଗଜପତି କପିଳେନ୍ଦ୍ର ଦେବ ଘୋଷଣା କଲେ - “ମୋ ଜାତି ଓଡ଼ିଆ, ମୋ ଭାଷା ଓଡ଼ିଆ, ମୋ ରାଜ୍ୟର ନାମ ଓଡ଼ିଶା ଓ ଓଡ଼ିଶାର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ” । କିନ୍ତୁ ଦୁଃଖର କଥା ଆଜିକୁ ୯୯୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ଜାତି କୃତଜ୍ଞତାର ସ୍ୱରୂପ ଜୁନ୍ ୨୯ ତାରିଖକୁ ‘ଅସ୍ମିତା ଦିବସ’ ଭାବରେ ପାଳନ କରିପାରିଲା ନାହିଁ । ଆଜି ସମୟ ଆସିଛି, ଏ ଜାତି ପାଇଁ ଆତ୍ମ ସମୀକ୍ଷା କରିବାକୁ । ଆଜିର ସରକାର ଓଡ଼ିଆ ଅସ୍ମିତା ନାଁରେ ସରକାରକୁ ଆସିଛନ୍ତି । ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟସ୍ତରରେ ତଥା ଜିଲ୍ଲା ସ୍ତରରେ ଅସ୍ମିତା ଭବନ ନିର୍ମାଣ କରିବାକୁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଏକ ପତ୍ର ଲେଖି ଜୁନ୍ ୨୯ ତାରିଖକୁ ‘ଅସ୍ମିତା ଦିବସ’ ଭାବେ ପାଳନ କରିବାକୁ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande