ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ, ୨୮ ଜୁନ୍ (ହି.ସ.)- ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦ୍ୱିତୀୟ ଦିନରେ ଶନିବାର ଦିନ ୧ଟା ୩୦ ମିନିଟ୍ ସୁଦ୍ଧା ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିଛି । ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପୂର୍ବାହ୍ନ ୧୧ଟା ୧୬ ମିନିଟ୍ ରେ ପହଂଚିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୧୨ଟା
ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ-୨


ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ


ପୁରୀ, ୨୮ ଜୁନ୍ (ହି.ସ.)- ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦ୍ୱିତୀୟ ଦିନରେ ଶନିବାର ଦିନ ୧ଟା ୩୦ ମିନିଟ୍ ସୁଦ୍ଧା ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିଛି । ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପୂର୍ବାହ୍ନ ୧୧ଟା ୧୬ ମିନିଟ୍ ରେ ପହଂଚିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୧୨ଟା ୧୭ ମିନିଟ୍ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅପରାହ୍ନ ୧ଟା ୫ ମିନିଟ୍ ରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଛି । ପରେ ଅପରାହ୍ନ ୩ଟା ୫୫ରୁ ୪ଟା ୩୫ ତିନି ରଥରେ ଗୋପାଳ ବଲ୍ଲଭ ଭୋଗ ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ଟା ୫୫ରୁ ୫ଟା ୪୫ ମଧ୍ୟରେ ତିନି ରଥରେ ସକାଳ ଧୂପ ଶେଷ ହୋଇଥିଲା । ଅପରାହ୍ନ ୫ଟା ୪୫ରୁ ୫ଟା ୫୫ ମଧ୍ୟରେ ତିନି ରଥରେ ମଇଲମ କରାଯାଇଥିଲା । ଅପରାହ୍ନ ୫ଟା ୫୫ରୁ ୬ଟା ୩୦ ତିନି ରଥରେ ଶ୍ରୀଜୀଉଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ସଂନ୍ଧ୍ୟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୁଢ଼ ଶ୍ରୀବିଗ୍ରହ ମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଗତକାଲି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ମାଜଣା ଜାଗା ନିକଟରେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନ୍ ଥାନା ନିକଟରେ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରଥଖଳା ନିକଟରେ ଅଟକି ରହିଥିଲା । ଆଜି ସକାଳେ ରଥ ଉପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ଅବକାଶ ନୀତି ପରେ ରଥଟଣା ଆରମ୍ଭ ହୋଇଥିଲା । ଗତକାଲି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନିକଟରେ ଲାଗି ନଥିବାରୁ ହଜାର ହଜାର ଭକ୍ତ ରଥ ଲାଗିବା ପରେ ଘରକୁ ଫେରିବେ ନିଷ୍ପତି ନେଇ ଅଟକି ରହିଥିଲେ । ଆଜି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ଅନେକ ଭକ୍ତ ଘରକୁ ଫେରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande