ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୦ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ ୧୦୬.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ହାଟଡିହୀରେ ୮୮.୩ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୮୫.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୮୫.୦ ମି.ମି., ଭଦ୍ରକ ଜିଲ୍ଲାର ଭଦ୍ରକରେ ୭୭.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୭୨.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୭୦.୬ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୭୦.୩ ମି.ମି., ଭଦ୍ରକ ଜିଲ୍ଲାର ତିହିଡ଼ିରେ ୬୮.୦ ମି.ମି., କେନ୍ଦୁଝର ଜିଲ୍ଲାର ଘଟଗାଁରେ ୫୬.୬ ମି.ମି., ଭଦ୍ରକ ଜିଲ୍ଲାର ବନ୍ତରେ ୫୨.୦ ମି.ମି., ଦେବଗଡ଼ ଜିଲ୍ଲାର ବାରକୋଟରେ ୪୫.୬ ମି.ମି. ଏବଂ ଦେବଗଡ଼ରେ ୪୧.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ