ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା
Ratha yatra in Phulbani
ଫୋଟ


ଫୋଟ ୨


କନ୍ଧମାଳ, ୨୮ ଜୁନ୍ (ହି.ସ.)- ହିନ୍ଦୁ ଧର୍ମରେ ଜଗନ୍ନାଥ ରଥ ଯାତ୍ରାର ମହତ୍ୱ ରହିଛି । ଏହି ଉତ୍ସବ ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାର ଅନ୍ୟ ଏକ ନିଦର୍ଶନ l ଉତ୍ସବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ l ସେହି ପରମ୍ପରାକୁ ବଜାୟ ରଖି ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଘୋଷଯାତ୍ରା l ଆଜି ସକାଳେ ସମସ୍ତ ପ୍ରକାର ରୀତିନୀତି ପୁଜାର୍ଚ୍ଚନା ପରେ କନ୍ଧମାଳ ଜିଲ୍ଲାପାଳଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଥିଲା l ସକାଳ ୯ଟା ୪୫ ମିନଟ ସମୟରେ ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୂଢ କରାଯାଇଥିଲା l ପରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଛେରା ପହଁରା କାର୍ଯ୍ୟ କରିଥିଲେ l ୨ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥଲା I ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖ‌ିବା ପାଇଁ ଜିଲ୍ଲାରୁ ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥିଲା l କନ୍ଧମାଳ ଏସପି ହରିଶ ବିସିଙ୍କ ନିର୍ଦେଶରେ ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ, ଆଦର୍ଶ ଥାନା ଅଧିକାରୀ ପି ସ୍ୱରୂପ କିଶନ ପ୍ରମୁଖ ଉପସ୍ଥିତି ରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ଭକ୍ତମାନଙ୍କ ପାଇଁ ପାନୀୟ ଜଳ ଓ ପଣା ବଣ୍ଟନ କରାଯାଇଥିଲା l ବାଦ୍ୟ ଓ ନୃତ୍ୟ ଘଣ୍ଟର ତାଳେ ତାଳେ ଜଗନ୍ନାଥ ବଜାରର ଏସବିଆଇ ସମ୍ମୁଖରେ ରଥ ଅଟକି ଥିଲା ସେଠାରେ ରାତ୍ରି ଜାପାନ ପରେ ଶନିବାର ଦିନ ପୁଣି ରଥ ଟଣା ହୋଇ ମାଉସୀ ମା ମନ୍ଦିରରେ ରଥ ପହଞ୍ଚିଥିଲା l

ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଭିକାରୀ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କମିଟିର ସଭାପତି ସୁନାଶିର ମହାପାତ୍ର,ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଶରତ ସାହୁ, ଶଙ୍କର ବେହେରା, ଆଇନଜୀବୀ ପ୍ରତାପ ପାତ୍ର, ରଜତ କୁମାର ମହାନ୍ତି, ପୂଜକ ଶଙ୍କର ପାଢୀ, କାଳିଆ ପଣ୍ଡା, ଜଗନ୍ନାଥ ସେବକ ଅସିତ ପଣ୍ଡା ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande