ଶ୍ରୀ ଗୁଣ୍ଡିଚାରେ ଶ୍ରୀ ତାଳଧ୍ୱଜ ପତ୍ରିକା ଲୋକାର୍ପିତ
କେନ୍ଦ୍ରାପଡା, ୨୮ ଜୁନ୍ (ହି.ସ.)- ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା ଅବସରରେ ପତ୍ରିକା ଶ୍ରୀ ତାଳଧ୍ୱଜ ଲୋକାର୍ପଣ କରାଯାଇଛି । ପତ୍ରିକାର ମୁଖ୍ୟ ସମ୍ପାଦକ ସାମ୍ବାଦିକ ଦେବେନ୍ଦ୍ର ସୁଆର, ସମ୍ପାଦକ ସରୋଜ କୁମାର ମହାନ୍ତି, ପତ୍ରିକାର ଉପଦେଷ୍ଟା ପ୍ରଫେସର ଭୁବନ ମୋହନ ଜେନାଙ୍କ ଜିଲ୍
ଶ୍ରୀ ଗୁଣ୍ଡିଚାରେ ଶ୍ରୀ ତାଳଧ୍ୱଜ ପତ୍ରିକା ଲୋକାର୍ପିତ


କେନ୍ଦ୍ରାପଡା, ୨୮ ଜୁନ୍ (ହି.ସ.)- ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା ଅବସରରେ ପତ୍ରିକା ଶ୍ରୀ ତାଳଧ୍ୱଜ ଲୋକାର୍ପଣ କରାଯାଇଛି । ପତ୍ରିକାର ମୁଖ୍ୟ ସମ୍ପାଦକ ସାମ୍ବାଦିକ ଦେବେନ୍ଦ୍ର ସୁଆର, ସମ୍ପାଦକ ସରୋଜ କୁମାର ମହାନ୍ତି, ପତ୍ରିକାର ଉପଦେଷ୍ଟା ପ୍ରଫେସର ଭୁବନ ମୋହନ ଜେନାଙ୍କ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଶ୍ରୀ ବଳଦେବଜୀଉ ଏଣ୍ଡାଉମେଣ୍ଟର ଟ୍ରଷ୍ଟି ଆଡଭୋକେଟ୍ ଧୀରେନ୍ ସାହୁ, ପଣ୍ଡିତ ହୃଷିକେଶ ରଥ, ନୃସିଂହ ପ୍ରସାଦ ପତ୍ରୀ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, କିଶୋର କୁମାର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସ୍ଥାନୀୟ ଜନତା ଉପସ୍ଥିତ ଥିଲେ । ଦୀର୍ଘ ୮ ବର୍ଷ ଧରି ନିୟମିତ ପ୍ରକାଶ ହୋଇଥିବା ଏହି ପତ୍ରିକା ଏକମାତ୍ର ଶ୍ରୀ ବଳଦେବଜୀଉ ଚେତନା ସମ୍ପର୍କିତ ଏଥିରେ ୧୮ଟି ପ୍ରବନ୍ଧ ଓ ୯୬ ପୃଷ୍ଠା ବିଶିଷ୍ଟ ପତ୍ରିକାର ମୂଲ୍ୟ ୫୦ଟଙ୍କା ରଖାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande