ଶ୍ରୀଜଗନ୍ନାଥଙ୍କ ତତ୍ବରେ ବନ୍ଧା ସମ୍ବଲପୁରର ଐତିହ୍ୟ
ଶ୍ରୀଜଗନ୍ନାଥଙ୍କ ତତ୍ବରେ ବନ୍ଧା ସମ୍ବଲପୁରର ଐତିହ୍ୟ
ଶ୍ରୀଜଗନ୍ନାଥଙ୍କ ତତ୍ବରେ ବନ୍ଧା ସମ୍ବଲପୁରର ଐତିହ୍ୟ


ଶ୍ରୀଜଗନ୍ନାଥଙ୍କ ତତ୍ବରେ ବନ୍ଧା ସମ୍ବଲପୁରର ଐତିହ୍ୟ


ଶ୍ରୀଜଗନ୍ନାଥଙ୍କ ତତ୍ବରେ ବନ୍ଧା ସମ୍ବଲପୁରର ଐତିହ୍ୟ


ଶ୍ରୀଜଗନ୍ନାଥଙ୍କ ତତ୍ବରେ ବନ୍ଧା ସମ୍ବଲପୁରର ଐତିହ୍ୟ


ଶ୍ରୀଜଗନ୍ନାଥଙ୍କ ତତ୍ବରେ ବନ୍ଧା ସମ୍ବଲପୁରର ଐତିହ୍ୟ


ସମ୍ବଲପୁର, ୨୮ ଜୁନ୍ (ହି.ସ.)- ଚୌହାନ ରାଜବଂଶ ଦ୍ବାରା ଆଧୁନିକ ସମ୍ବଲପୁର ସହରର ସ୍ଥାପନ ସମୟ ପୂର୍ବରୁ ପଶ୍ଚିମ ଓଡିଶାରେ ଶୈବ ଏବଂ ଶାକ୍ତ ପରମ୍ପରାର ପ୍ରଚଳନ ଥିଲା। ସମ୍ବଲପୁରର ଚୌହାନ ରାଜବଂଶର ଦ୍ବିତୀୟ ମହାରାଜା ବଳଭଦ୍ର ଦେବ ୧୬୨୦ ମସିହା ପାଖାପାଖି ଝାଡୁଆପଡାରେ ସମ୍ବଲପୁରର ସର୍ବ ପ୍ରଥମ ଜଗନ୍ନାଥ ମନ୍ଦିର 'ବ୍ରହ୍ମପୁରା ମନ୍ଦିର' ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ରାଜାଙ୍କ ଦ୍ବାରା, ଦଧିବାମନ ମନ୍ଦିର, ହୁତାପଡା ମନ୍ଦିର, ସତ୍ୟବାଦୀ ମନ୍ଦିର, ମଦନ ମୋହନ ମନ୍ଦିର, ଲିଆଖାଇ ମନ୍ଦିର, ବାରିହା ମନ୍ଦିର, ମୁଦିପଡା ମନ୍ଦିର, ଟିମନି ମନ୍ଦିର ଏବଂ କୁଠା ମନ୍ଦିର ଆଦି ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା। ସମ୍ବଲପୁରର ଉପରୋକ୍ତ ଜଗନ୍ନାଥ ମନ୍ଦିର ମାନଙ୍କୁ ମିଶାଇ ଗୋଲ ବଜାର, ବୁଢ଼ାରଜା, ଭତ୍ରା, ଧନୁପାଲି, ଧନକଉଡ଼ା, ସାକ୍ଷୀପଡା, ମଠପାଲି, କ୍ଷେତରାଜପୁର, ସିନ୍ଦୁରପଙ୍କ, ବୁର୍ଲା, ହୀରାକୁଦ ଅଞ୍ଚଳରେ ପ୍ରାୟ ୩୨ଟି ଛୋଟ ବଡ ଜଗନ୍ନାଥ ମନ୍ଦିର ଇତିମଧ୍ୟରେ ନିର୍ମିତ ହୋଇ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ନୀତି ରୀତିରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡା ଯାତ୍ରା ମହାଆଡମ୍ବରରେ ପାଳିତ ହୋଇ ଆସୁଛି। ଏମିତି ତ ପୁରାତନ ସମ୍ବଲପୁର ସହରର ଐତିହ୍ୟ ଓ ପରିଚୟକୁ ନେଇ ଅନେକ ପରିବାର ବାନ୍ଧି ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରେ ସୂପକାର ସମ୍ପ୍ରଦାୟର ପରିଚୟ ଅନନ୍ୟ । ପୂର୍ବୋଜଙ୍କ ଜମିଦାରୀ ଠୁଁ ନେଇ ଦିଅଁ ଦେବତାଙ୍କ ସେବକ ଭାବେ ମଧ୍ୟ ବେଶ୍ ପରିଚୟ ରହିଛି ।

ସମ୍ବଲପୁର ସହରର ବିଭିନ୍ନ ମନ୍ଦିରରେ ପ୍ରଚଳିତ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସମ୍ପର୍କରେ ବରିଷ୍ଠ ସମାଜସେବୀ, ସେବାୟତ ତଥା ସ୍ବାଧୀନ ଲୋକସଭା ପ୍ରାର୍ଥୀ ଆତ୍ମାରାମ ସୂପକାରଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ବ୍ରହ୍ମପୁରା ମନ୍ଦିରରେ ପ୍ରାତଃ ୪ଟା ରେ ମଙ୍ଗଳ ଆଳତୀ ପରେ ନୀତି ଆଳତୀ, ସେନାପଟା ଲାଗି, ପହଣ୍ଡି ବିଜେ, ଛେରାପହରା ଆଦି ନିତି ପାଳନ ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ଶେଷ ହୋଇ ଅପରାହ୍ନ ୩ଟା୩୦ ରେ ରଥଟଣା ପ୍ରାରମ୍ଭ ହୋଇଥିଲା। ସମ୍ବଲପୁରର କେଉଁ ଜଗନ୍ନାଥ ମନ୍ଦିରର ରଥ କେଉଁ ଜଗନ୍ନାଥ ମନ୍ଦିରର ରଥ ପଛରେ ଯାତ୍ରା କରିବ ତାହାକୁ ନେଇ ଏକ ଢଗଢମାଳିର ସୁନ୍ଦର ଗୀତ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ରଚନା ହୋଇ ଜନମାନସରେ ଏବେ ବି ଉଜ୍ଜୀବିତ। ବରମପୁରା (ବ୍ରହ୍ମପୁରା) ନାକେ ଚନ୍ଦନ ତାପଛକୁ ଦଧିବାମନ, ଦଧିବାମନ ଖାଇଲେ ପେଡା ତାପଛକୁ ହୁତାପଡା, ହୁତାପଡା ଚକ ଗରଜି (ଗର୍ଜନ), ତାପଛକୁ ସତ୍ୟବାଦୀ, ସତ୍ଯବାଦୀ ହେଲେ ମୋହନ ତାପଛକୁ ମଦନମୋହନ, ମଦନମୋହନ ହେଲେ ବାଇ ତାପଛକୁ ଲିଆଖାଇ, ଲିଆଖାଇ ଖାଇଲେ ଚୁଡା ତାପଛକୁ ବାରିହାବୁଢ଼ା, ବାରିହାବୁଢ଼ା ଖାଇଲେ ଅଡା ତାପଛକୁ ମୁଦିପଡା, ମୁଦିପଡା ପିନ୍ଧିଲେ ମୁଦି ତାପଛକୁ ଟିମନି ଗୁଡି, ଟିମନି ଗୁଡି ଏଢ଼େ ଡଣି ସେ ନାଇଯାଏ ବିନାଖଣି। ଲୋକକଥା, ପରମ୍ପରା, ସଂସ୍କୃତି ସମ୍ପର୍ଣ୍ଣ ସମ୍ବଲପୁର ସହରର ପରିଚୟ ଅତି ପୁରାତନ ହୋଇଥିବା ବେଳେ ଏବେ ବି ଖୋଜୁଛି ତା'ର ହଜିଲା ବେଳର ପୂର୍ବ ପରିଚୟ ଓ ପୂର୍ବ ଗାରିମା ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande