ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ତିନି ରଥ
ପୁରୀ, ୨୮ ଜୁନ୍ (ହି.ସ.)- ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦ୍ୱିତୀୟ ଦିନରେ ଦିନ ୧ଟା ୩୦ ମିନିଟ୍ ସୁଦ୍ଧା ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିଛି । ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପୂର୍ବାହ୍ନ ୧୧ଟା ୧୬ ମିନିଟ୍ ରେ ପହଂଚିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୧୨ଟା ୧୭ ମିନ
ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ତିନି ରଥ


ପୁରୀ, ୨୮ ଜୁନ୍ (ହି.ସ.)- ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦ୍ୱିତୀୟ ଦିନରେ ଦିନ ୧ଟା ୩୦ ମିନିଟ୍ ସୁଦ୍ଧା ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିଛି । ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପୂର୍ବାହ୍ନ ୧୧ଟା ୧୬ ମିନିଟ୍ ରେ ପହଂଚିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୧୨ଟା ୧୭ ମିନିଟ୍ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅପରାହ୍ନ ୧ଟା ୧୦ ମିନିଟ୍ ରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଛି ।

ଗତକାଲି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ମାଜଣା ଜାଗା ନିକଟରେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନ୍ ଥାନା ନିକଟରେ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରଥଖଳା ନିକଟରେ ଅଟକି ରହିଥିଲା । ଆଜି ସକାଳେ ରଥ ଉପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ଅବକାଶ ନୀତି ପରେ ରଥଟଣା ଆରମ୍ଭ ହୋଇଥିଲା । ଗତକାଲି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନିକଟରେ ଲାଗି ନଥିବାରୁ ହଜାର ହଜାର ଭକ୍ତ ରଥ ଲାଗିବା ପରେ ଘରକୁ ଫେରିବେ ନିଷ୍ପତି ନେଇ ଅଟକି ରହିଥିଲେ । ଆଜି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ଅନେକ ଭକ୍ତ ଘରକୁ ଫେରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande