ସାହିତ୍ୟ ସମ୍ରାଟ ମହାରାଜା ବିକ୍ରମଦେବ ବର୍ମାଙ୍କ ୧୫୭ ତମ ଜୟନ୍ତୀ ପାଳିତ
ଜୟପୁର, ୨୮ ଜୁନ୍ (ହି.ସ.)- ସାହିତ୍ୟ ସମ୍ରାଟ ମହାରାଜା ବିକ୍ରମଦେବ ବର୍ମାଙ୍କର ୧୫୭ ତମ ଜୟନ୍ତୀ ପାଳନ ହୋଇଛି । ଓଡିଶା ସାହିତ୍ୟ ଏକାଡେମି ଓ ଜୟପୁର ସାହିତ୍ୟ ପରିଷଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି । ରଜାନହର ସ୍ଥିତ ଏସଆର ମଲର କନଫ୍ରେନସ ହଲରେ ସାରସ୍ୱତ ସଭା ଅନୁଷ୍ଠିତ ହୋଇଛି । ଏହି ସଭ
ସାହିତ୍ୟ ସମ୍ରାଟ ମହାରାଜା ବିକ୍ରମଦେବ ବର୍ମାଙ୍କ ୧୫୭ ତମ ଜୟନ୍ତି ପାଳିତ


ସାହିତ୍ୟ ସମ୍ରାଟ ମହାରାଜା ବିକ୍ରମଦେବ ବର୍ମାଙ୍କ ୧୫୭ ତମ ଜୟନ୍ତି ପାଳିତ


ଜୟପୁର, ୨୮ ଜୁନ୍ (ହି.ସ.)- ସାହିତ୍ୟ ସମ୍ରାଟ ମହାରାଜା ବିକ୍ରମଦେବ ବର୍ମାଙ୍କର ୧୫୭ ତମ ଜୟନ୍ତୀ ପାଳନ ହୋଇଛି । ଓଡିଶା ସାହିତ୍ୟ ଏକାଡେମି ଓ ଜୟପୁର ସାହିତ୍ୟ ପରିଷଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି । ରଜାନହର ସ୍ଥିତ ଏସଆର ମଲର କନଫ୍ରେନସ ହଲରେ ସାରସ୍ୱତ ସଭା ଅନୁଷ୍ଠିତ ହୋଇଛି । ଏହି ସଭାକୁ ପରିଷଦର ସଭାପତି ହରି ହରି କରସୁଧା ପଟ୍ଟନାୟକ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ସୁରେନ୍ଦ୍ର ନାଥ ଦାସ, ମୁଖ୍ୟବକ୍ତା ଭାବେ ଗବେଷକ ଶ୍ରୀରଙ୍ଗ ନାୟକ, ସମାଜ ଶାସ୍ତ୍ରବିତ୍ ପୂର୍ବତନ ନିର୍ଦେଶକ କୋଟସ୍ ପ୍ରଫେସର ସତ୍ୟ ନାରାୟଣ ରଥ ପରିଷଦର ସାଧାରଣ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ବିକ୍ରମ ଦେବ ସମ୍ମାନ ୨୦୨୫ ବଙ୍ଗାଳୀ ନନ୍ଦଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜୟପୁର ସାହିତ୍ୟ ପରିଷଦ ସମ୍ମାନ ସତ୍ୟ ନାରାୟଣ ରଥଙ୍କୁ ପ୍ରଦାନ କରାଯାଇଥିଲା । ଗାୟତ୍ରୀ ବାହିନିପତିଙ୍କ ଲିଖିତ ସ୍ମୃୁତି ପାଖୁଡା ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀନାଥ ମିଶ୍ର, ନଳିନି ମିଶ୍ର, ପ୍ରଦିପ ମିଶ୍ର, ମଦନ ମୋହୋନ ନାୟକ, ସୁରେସ ଦାସ, ପ୍ରେମାନନ୍ଦ ଦାସ, ମନୋରଞ୍ଜନ ପ୍ରଧାନ, କେଦାର ବେହେରା, ବିଜୟ ଲକ୍ଷ୍‌ମୀ ପାଣିଗ୍ରାହୀ, ଜାନକି ପାଣିଗ୍ରାହୀ, ମାଧୁରି ପଣ୍ଡା, ସୌଭାଗିନି ନନ୍ଦ, ପ୍ରମୋଦିନି ହୋତା କିବତା ସାହୁ , ପ୍ରମୋଦ ରାଉଳ, ରଘୁ ନାଥ ବିଶ୍ୱାଳ, ଅଶୋକ ମହାରଣା, ପରେଶ ରଥ, ଲିନା ନନ୍ଦ , ସାଇମନ ବିଡିକା, ସବ୍ୟସାଚି ବିଷୋୟୀ, ବାସୁଦେବ ମହାପାତ୍ର, ଗୋପାଳ ସାମନ୍ତରାୟ, ଧିରେନ ମୋହନ ପଟ୍ଟନାୟକ, ବିଦ୍ୟୁତ ପ୍ରଭା ଦେବି ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥି ମାନେ ବିକ୍ରମ ଦେବ ବର୍ମାଙ୍କ ଅବଦାନ ଅତୁଳନିୟ ବୋଲି କହିଥିଲେ । ବିକ୍ରମ ଦେବ ଚାହିଁ ନଥିଲେ ଅବିଭକ୍ତ କୋରାପୁଟ ଜିଲା ଆଜି ଓଡିଶାରେ ନଥାନ୍ତା । ଏହା ଆନ୍ଧ୍ରାରେ ରହିଥାନ୍ତା । ବିକ୍ରମ ଦେବ ଥିଲେ ଜଣେ କବି, ନାଟ୍ୟକାର, ଗବେଷକ, ସଂସ୍କୃୁତବିଦ୍ ଓ ସାହିତ୍ୟନୁରାଗୀ । ତାଙ୍କ ଅବଦାନ ହେଉଛି କଟକ ମେଡିକାଲ କଲେଜ, ବିକ୍ରମ ଦେବ କଲେଜ ତାଙ୍କ ଅବଦାନ ଓଡିଶା ପ୍ରତି ଯଥେଷ୍ଠ୍ଟ ରହିଥିବା ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ମଧୁସୁଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande