ଦୋସା, 28 ଜୁନ୍ (ହି.ସ.)- ଜୟପୁର-ଆଗ୍ରା
ନ୍ୟାସନାଲ୍ ହାଇୱେରେ ଥିବା କଲେକ୍ଟରେଟ୍ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ
ସଡ଼କ ଦୁର୍ଘଟଣା ଘଟିଛି। ଆରଟିଓଅଫିସ୍ ସାମ୍ନାରେ ଚେକିଂ ସମୟରେ ଠିଆ ହୋଇଥିବା ଏକ କ୍ୟାଣ୍ଟରକୁ
ପଛରୁ ଏକ କାର ଧକ୍କା ଦେଇଛି । ଏହି ଭୟାନକ ଧକ୍କାରେ କାର୍ରେ ଥିବା ତିନି ଜଣ ମହିଳା ସହିତ ମୋଟ
4 ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ହାଇୱେ ଉପରେ ଥିବା କ୍ୟାଣ୍ଟରକୁ ପଛପଟୁ ଏକ କାର ଧକ୍କା ଦେଇଥିଲା।
ଦୁର୍ଘଟଣା ଏତେ ଭୟାନକ ଥିଲା ଯେ କାରର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ଏହା କ୍ୟାଣ୍ଟରରେ
ଭୟଙ୍କର ଭାବରେ ଅଟକିଯାଇଥିଲା। କାରଟି ହରିୟାଣା ନମ୍ବରର ଥିବା ଜଣାପଡ଼ିଛି।
ଘଟଣା ପରେ କୋତୱାଲି ଥାନା
ପୋଲିସ୍ ଓ ଡିଏସ୍ପି ରବିପ୍ରକାଶ ଶର୍ମା ଘଟଣାସ୍ଥଳରେ ପହଁଚିଥିଲେ। ରେସ୍କ୍ୟୁ ଟିମ୍ ପକ୍ଷରୁ
ପ୍ରାୟ ଅଧା ଘଣ୍ଟା ଧରି ଜଟିଳ ପ୍ରୟାସ ପରେ କ୍ୟାଣ୍ଟରରେ ଅଟକିଥିବା କାରରୁ ମୃତଦେହଗୁଡିକୁ
ବାହାର କରାଯାଇଥିଲା। ଆହତମାନଙ୍କୁ ତୁରନ୍ତ ଦୌସାର ରାଜ୍ୟ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା,
ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା