ଭୁବନେଶ୍ୱର, 28 ଜୁନ୍ (ହି.ସ.)
-
ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭହେବ ମାଗଣା ଶବବାହନ ସେବା । ଏନେଇ ସ୍ବାସ୍ଥ୍ୟ ସଚିବ ଅଶ୍ଵତି ଏସ.ଙ୍କ
ଅଧ୍ୟକ୍ଷତାରେ ସରିଛି ପ୍ରାଥମିକ ପର୍ଯ୍ୟାୟ ବୈଠକ । ଆସନ୍ତା ୨ରେ ମୁଖ୍ୟ ଶାସନ ସଚିବ ମନୋଜ
ଆହୁଜାଙ୍କ ଅଧ୍ୟକ୍ଷତାରେ ବସିବ ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଚୂଡ଼ାନ୍ତ ହେବ ରୂପରେଖ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ସ୍ବତନ୍ତ୍ର ସଚିବ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଅର୍ଥ,ଵାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ
ଚିଠି ଲେଖି ଅବଗତ କରାଇଛନ୍ତି । ବିଭାଗ ପକ୍ଷରୁ ମାଗଣା ଶବ ବାହାନ ସେବା ଲାଗି ଏକ ଚିଠା ମାର୍ଗ
ଦର୍ଶିକା ପ୍ରସ୍ତୁତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା