ନୂଆଦିଲ୍ଲୀ, 28 ଜୁନ୍ (ହି.ସ.)- ଉପରାଷ୍ଟ୍ରପତି
ଜଗଦୀପ୍ ଧନଖଡ଼ ଶନିବାର ଦିନ ଭାରତୀୟ ସଂବିଧାନର ପ୍ରସ୍ତାବନାରେ ଜରୁରୀକାଳ ସମୟରେ କରାଯାଇଥିବା
ପରିବର୍ତ୍ତନକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ୧୯୭୬ ମସିହାର ୪୨ତମ ସଂବିଧାନ ସଂଶୋଧନ ଅନୁସାରେ ପ୍ରସ୍ତାବନାରେ
ଯୋଡ଼ାଯାଇଥିବା ଶବ୍ଦଗୁଡ଼ିକୁ ସେ ସଂବିଧାନର ଆତ୍ମା ସହ ଏକ ଧୋକା ଓ ଭାରତୀୟ ସଭ୍ୟତା ସହ ଏକ
ବିଶ୍ୱାସଘାତ ବୋଲି କହିଛନ୍ତି ।
ଉପରାଷ୍ଟ୍ରପତି ନିବାସରେ
ଆୟୋଜିତ ଗୋଟିଏ ସମାରୋହରେ କର୍ଣ୍ଣାଟକର ପୂର୍ବତନ ଏମଏଲଏ ଓ ଲେଖକ ଡି.ଏସ୍. ଭୀରୟା ‘ଆମ୍ବେଦକରଙ୍କ ବାର୍ତ୍ତା’ପୁସ୍ତକର ପ୍ରଥମ କପି ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ଏହି
ଅବସରରେ ଧନଖଡ଼ କହିଛନ୍ତି ଯେ, ପ୍ରସ୍ତାବନା ହେଉଛି ସଂବିଧାନର ଆତ୍ମା, ଏବଂ ଏହାର ପରିବର୍ତ୍ତନ ସେହି ଆତ୍ମାକୁ ଆଘାତ କରିବା ସମାନ। ସେ କହିଛନ୍ତି
ଯେ,
ଭାରତକୁ ଛାଡ଼ି ଅନ୍ୟ କୌଣସି ଦେଶର ସଂବିଧାନର ପ୍ରସ୍ତାବନାରେ କେବେ
ବଦଳ ହୋଇନାହିଁ, କାରଣ
ପ୍ରସ୍ତାବନା ହେଉଛି ଗୋଟିଏ ମୌଳିକ ଓ ଅପରିବର୍ତ୍ତନଶୀଳ ଆଧାର। କିନ୍ତୁ ଭାରତରେ ଏହାକୁ ସେଇ
ସମୟରେ ବଦଳାଯାଇଥିଲା, ଯେତେବେଳେ ଦେଶ ଜରୁରୀକାଳର ଅନ୍ଧକାରରେ ବିଲୀନ ଥିଲା। ଉପରାଷ୍ଟ୍ରପତି କହିଛନ୍ତି ଯେ,
“ସମାଜବାଦୀ” ଓ “ଧର୍ମନିରପେକ୍ଷ” ପରି ଶବ୍ଦଗୁଡ଼ିକୁ ୧୯୭୬ ମସିହାରେ ଜରୁରୀକାଳ ସମୟରେ ପ୍ରସ୍ତାବନାରେ ଯୋଡ଼ାଯାଇଥିଲା, ଯାହା କେବଳ ସଂବିଧାନ ନିର୍ମାତାମାନଙ୍କ ଭାବନା ପାଇଁ ଧୋକା ନୁହେଁ, ବରଂ ସନାତନ ଆତ୍ମା ପ୍ରତି ଅପମାନ ସମାନ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା