ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ଜୁନ ୩୦ ତାରିଖ ରବି ଧାନ ସଂଗ୍ରହର ଶେଷ ତାରିଖ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହ ପାଇଁ ଆଉ ତାରିଖ ବଢ଼ିବ ନାହିଁ, ତାରିଖ ବଦଳାଇବା କାମ କେନ୍ଦ୍ରର। ଏବେସୁଦ୍ଧା ସୁଦ୍ଧା ୧୭ ଲକ୍ଷ ୪୩ ହଜାର ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ହୋଇଛି। ଗତବର୍ଷ ୧୨ ଲକ୍ଷ୪୦ ହଜାର ମେଟ୍ରିକଟନ ଧାନ କିଣା ହୋଇଥିଲା। ସମୟ ଆଉ ଦୁଇ ତିନି ଦିନ ସମୟ ଅଛି, ତେଣୁ ଧାନ ସଂଗ୍ରହକୁ ତ୍ୱରିତ କରାଯାଉଛି। ଯେପରି ଟୋକନ ନଷ୍ଟ ନ ହେଉ ସେଥିପ୍ରତି ଆମେ କୃଷକଙ୍କ ସହ ଆଲୋଚନା କରିଛୁ। ଖାଦ୍ୟ ସୁରକ୍ଷା କାର୍ଡର ଇ କେୱାଇସି କରିବାର ଶେଷ ତାରିଖ ଜୁନ ୩୦। ଅସମୟରେ ବର୍ଷା ପାଇଁ କ୍ଷତି ସହୁଥିବା ଚାଷୀଙ୍କୁ ସରକାର ସହାୟତା ଦେବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା