ଜମ୍ମୁ, 28 ଜୁନ୍ (ହି.ସ.)-ଜମ୍ମୁ-ଶ୍ରୀନଗର
ଜାତୀୟ ରାଜପଥ ଓ ମୋଗଲ ରୋଡ଼ରେ ଶନିବାର ଦିନ ଗାଡ଼ି ଚଳାଚଳ ସୂଚାରୁ ଭାବରେ ଜାରି ରହିଛି। ଆଜି
ଛୋଟ ଯାନବାହନଗୁଡ଼ିକୁ ରାଜପଥର ଉଭୟ ପାର୍ଶ୍ୱରୁ ଚାଲିବାକୁ ଅନୁମତି ମିଳିଛି, ବଡ଼ ଯାନବାହନଗୁଡ଼ିକୁ କେବଳ ଜମ୍ମୁରୁ ଶ୍ରୀନଗର ଦିଗକୁ ଯିବାକୁ
ଅନୁମତି ଦିଆଯାଇଛି।
ଟ୍ରାଫିକ୍ ବିଭାଗର ଜଣେ
ଅଧିକାରୀ କହିଛନ୍ତି ଯେ, ଜମ୍ମୁ-ଶ୍ରୀନଗର ରାଜପଥରେ ପ୍ରତିଦିନ ଭଳି ଯାନ ଚଳାଚଳ ଜାରି ରହିଛି। ଛୋଟ ଯାନଗୁଡ଼ିକୁ
ତାଙ୍କର ନିଜସ୍ୱ ଲେନ୍ରେ ଚାଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ଏହି ଗାଡ଼ିମାନେ ତିବ୍ର
ଗତିରେ ଚାଲିବା ବା ଓଭରଟେକ୍ କରିବାରୁ ବଞ୍ଚିବାକୁ ପରାମର୍ଶ ଦିଆଯାଇଛି, ଯାହା ଦ୍ୱାରା ରାଜପଥରେ ଜାମ୍ ହେବନି। ଏହି ମଧ୍ୟରେ, ଛୋଟ ଯାନଗୁଡ଼ିକୁ ଜମ୍ମୁରୁ ଶ୍ରୀନଗର ଓ ଶ୍ରୀନଗରରୁ ଜମ୍ମୁ ଦୁଇ
ଦିଗରୁ ଯିବାକୁ ଅନୁମତି ଦିଆଯାଇଛି, ବଡ଼ ଯାନଗୁଡ଼ିକୁ କେବଳ ଜମ୍ମୁରୁ ଶ୍ରୀନଗର ଦିଗକୁ ଯିବାକୁ ଅନୁମତି
ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା