ପଟୁଣିଆ ରାସ୍ତା ମରାମତିରେ ବିଳମ୍ବ : ଅସୁବିଧାର ସମ୍ମୁଖୀନ ଜନସାଧାରଣ
ଧର୍ମଶାଳା, ୨୮ ଜୁନ୍ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଦିନକୁ ଦିନ ଗୋଟିଏ ଗୋଟିଏ ଘଟଣା ଆସୁଥିବା ବେଳେ ବ୍ୟକ୍ତିଗତ କାମକୁ ଛାଡି ଦେଲେ ଏଠାରେ ଜନସାଧାରଣଙ୍କ କଥାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ଅନେକ ସମୟରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହ
ପଟୁଣିଆ ରାସ୍ତା ମରାମତିରେ ବିଳମ୍ବ : ଅସୁବିଧାର ସମ୍ମୁଖୀନ ଜନସାଧାରଣ


ଧର୍ମଶାଳା, ୨୮ ଜୁନ୍ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଦିନକୁ ଦିନ ଗୋଟିଏ ଗୋଟିଏ ଘଟଣା ଆସୁଥିବା ବେଳେ ବ୍ୟକ୍ତିଗତ କାମକୁ ଛାଡି ଦେଲେ ଏଠାରେ ଜନସାଧାରଣଙ୍କ କଥାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ଅନେକ ସମୟରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗାଁ ଗଣ୍ଡାରେ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଗଲା କିଛି ଦିନ ପୂର୍ବେ ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତର ଗ୍ରାମ ରାସ୍ତା ଶୋଚନୀୟ ହୋଇପଡିଥିଲା । ଫଳରେ ଏଠାରେ ଥିବା ଏକ ଛୋଟ କଲର୍ଭଟ ଧସି ଯାଇଥିଲା। ଫଳରେ ପଂଚାୟତବାସୀ ଯାତାୟତ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଦୀର୍ଘ ଦିନ ମନ୍ଥର ଗତିରେ କାର୍ଯ୍ୟ ଚାଲୁଛି । ଯାହାକି ବହୁ ବିଳମ୍ବ ହେବରୁ ସ୍ଥାନୀୟ ଲୋକେ ହଇରାଣ ହରକତ ହେଉଛନ୍ତି । ଠିକାଦାର ଓ ସ୍ଥାନୀୟ ନେତାଙ୍କ ଯୋଗୁଁ ଏହି କାମ ଆଗେଇ ପାରୁ ନଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ଡିଜିଟାଲ ମାଧ୍ୟମରେ ପ୍ରଶାସନକୁ ଅବଗତ କରାଯାଇଥିବା ଜଣାପଡିଛି । ତୁରନ୍ତ ଏହି ରାସ୍ତାର କାମ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande