ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧର୍ମ ଚକ୍ରବର୍ତ୍ତୀ ସମ୍ମାନ, ବିଜ୍ଞାନ ଭବନରେ ଗୁଂଜରିତ ହେଲା ଭାରତ ମାତା କୀ ଜୟ ଉଦଘୋଷ
ନୂଆଦିଲ୍ଲୀ, 28 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଦିନ ରାଜଧାନୀ ଦିଲ୍ଲୀର ଵିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ''ଧର୍ମ ଚକ୍ରବର୍ତୀ'' ବିଶିଷ୍ଟ ଉପାଧିରେ ସମ୍ମାନିତ କରାଯାଇଛି। ଏହି ସମାରୋହଟି ଜୈନ ସନ୍ଥ
ପ୍ରଧାନମନ୍ତ୍ରୀ     ମୋଦିଙ୍କୁ ଧର୍ମ ଚକ୍ରବର୍ତ୍ତୀ ସମ୍ମାନ, ବିଜ୍ଞାନ ଭବନରେ ଗୁଂଜରିତ ହେଲା ଭାରତ ମାତା କୀ ଜୟ     ଉଦଘୋଷ


ନୂଆଦିଲ୍ଲୀ, 28 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କୁ ଶନିବାର ଦିନ ରାଜଧାନୀ ଦିଲ୍ଲୀର ଵିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ

ସମାରୋହରେ 'ଧର୍ମ

ଚକ୍ରବର୍ତୀ' ବିଶିଷ୍ଟ

ଉପାଧିରେ ସମ୍ମାନିତ କରାଯାଇଛି। ଏହି ସମାରୋହଟି ଜୈନ ସନ୍ଥ

ଆଚାର୍ଯ୍ୟ ବିଦ୍ୟାନନ୍ଦ ମହାରାଜଙ୍କ ୧୦୦ତମ ଜନ୍ମ ଜୟନ୍ତୀର ଅବସରରେ ଆୟୋଜିତ ହୋଇଥିଲା। ଏହି

ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜୈନ ସମାଜ ଓ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଏହି ଦିନଟି ଭାରତର ଆଧ୍ୟାତ୍ମିକ ଜାଗୃତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ

ମୁହୂର୍ତ୍ତ ଅଟେ।

ପ୍ରଧାନମନ୍ତ୍ରୀ ମୋଦି

ଯେତେବେଳେ ତାଙ୍କ ଭାଷଣରେ କହିଥିଲେ, ଯେ ଆମକୁ ଚିଡାଇବ..., ସେହି ମୁହୂର୍ତ୍ତରେ ସାରା ବିଜ୍ଞାନ ଭବନ ‘ଭାରତ ମାତା କି ଜୟ’ ନାରା ଓ ତାଳିରେ ଗୁଞ୍ଜରିତ ହୋଇଉଠିଥିଲା । ମୋଦି ହସି ହସି କହିଥିଲେ, ମୁଁ ଏବେ ଜୈନମାନଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଅଛି, ଅହିଂସାରେ ଆସ୍ଥା ରଖୁଥିବା ଲୋକଙ୍କ ମଧ୍ୟରେ ଅଛି। ମୁଁ ତ ଏବେମାତ୍ର

ଅଧା ବାକ୍ୟ କହିଥିଲି, ଆପଣମାନେ ତ ତାହାକୁ ପୂରା କରିଦେଲେ। ଲାଗୁଛି ଆପଣମାନେ 'ଅପରେସନ ସିନ୍ଦୂର' କୁ ଆଶୀର୍ବାଦ ଦେଉଥିଲେ।”

ଏହା ପূର୍ବରୁ ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ

ବିଦ୍ୟାନନ୍ଦ ମହାରାଜଙ୍କ ଶତାବ୍ଦୀ ବର୍ଷ ସମାରୋହର ଔପଚାରିକ ଉଦ୍‌ଘାଟନ କରିଥିଲେ, ଯାହାକି ଭାରତ ସରକାର ଓ ଭଗବାନ ମହାବୀର ଅହିଂସା ଭାରତୀ ଟ୍ରଷ୍ଟଙ୍କ

ସଂଯୁକ୍ତ ପ୍ରୟାସରେ ପୂରା ବର୍ଷ ଧରି ଆୟୋଜିତ ହେବ।

ତାଙ୍କ ସମ୍ବୋଧନରେ

ପ୍ରଧାନମନ୍ତ୍ରୀ କହିଥିଲେ, “ଆଚାର୍ଯ୍ୟ ବିଦ୍ୟାନନ୍ଦ ମୁନିରାଜଙ୍କ ଜନ୍ମଶତାବ୍ଦୀର ଏହି ପବିତ୍ର ଅବସର, ତାଙ୍କର ଅମର ପ୍ରେରଣାରେ ପରିପୂର୍ଣ୍ଣ ଏହି ଆୟୋଜନ, ଆମ ସମସ୍ତଙ୍କୁ ଗଭୀର ଆଧ୍ୟାତ୍ମିକ ଭାବରେ ଯୋଡିଥାଏ। ୨୮ ଜୁନ ତାରିଖଟି

ବିଶେଷ ଏହିପାଇଁ ମଧ୍ୟ ଅଟେ ଯେ ୧୯୮୭ ମସିହାରେ ଏହି ଦିନ ଆଚାର୍ଯ୍ୟ ବିଦ୍ୟାନନ୍ଦଙ୍କୁ ‘ଆଚାର୍ଯ୍ୟ’ ପଦବୀ ଦିଆଯାଇଥିଲା। ଏହା କେବଳ ଗୋଟିଏ ସମ୍ମାନ ନୁହେଁ, ବରଂ ସଂଯମ, ଚିନ୍ତନ ଓ କରୁଣା ସହ ଯୋଡିହୋଇଥିବା ଗୋଟିଏ ପବିତ୍ର ପରମ୍ପରାର

ଆରମ୍ଭ ଥିଲା।”

‘ଧର୍ମ ଚକ୍ରବର୍ତୀ’

ଉପାଧି ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ନିଜକୁ ଏହି ଉପାଧି ପାଇଁ ଯୋଗ୍ୟ ମନେ କରେ ନାହିଁ, କିନ୍ତୁ

ଆମର ପରମ୍ପରା ଅନୁଯାୟୀ, ସନ୍ଥମାନଙ୍କ ଠାରୁ ଯାହା ବି ମିଳେ, ତାହାକୁ ପ୍ରସାଦ ଭାବରେ ସ୍ୱୀକାର କରାଯାଏ। ମୁଁ ଏହାକୁ ବିନମ୍ରତା ସହିତ ସ୍ୱୀକାର

କରୁଛି ଏବଂ ଭାରତ ମାତାଙ୍କ ଚରଣରେ ଅର୍ପଣ କରୁଛି।”

ପ୍ରଧାନମନ୍ତ୍ରୀ 'ନବକାର ମହାମନ୍ତ୍ର ଦିବସ' ରେ ନିଆଯାଇଥିବା ନଅଟି ସଂକଳ୍ପକୁ ମଧ୍ୟ ସ୍ମରଣ କରାଇଥିଲା ଯେଉଁଥିରେ ଜଳ ସଂରକ୍ଷଣ,

ମାଆଙ୍କ ନାମରେ ବୃକ୍ଷରୋପଣ, ସ୍ୱଚ୍ଛତା, ଲୋକାଲ ଫର୍ ଭୋକାଲ, ପ୍ରାକୃତିକ କୃଷି, ଯୋଗ, ଖେଳ, ଗରିବି ହଟାଅ ଏବଂ

ଭାରତୀୟ ଦାର୍ଶନିକତାକୁ ଆପଣାଇବା ପରି ସଂକଳ୍ପ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande