ପୁରୀ, ୨୮ ଜୁନ୍ (ହି.ସ.) - ଶନିବାର ଅପରାହ୍ନରେ ଶରଧାବାଲିରେ ଲାଗିଛି ତିନିରଥ । ଜଗା ଯୁଆଡେ ଗହଳି ସିଆଡେ । ଏବେ ସାତଦିନ ଶରଧାବାଲି ହେବ ଉତ୍ସବମୁଖର । ବିଭିନ୍ନ ପସରା ପକାଇ ବ୍ୟବସାୟୀ ମାନେ ଶରଧାବାଲିରେ ବସିଛନ୍ତି । ବର୍ଷର ଏହି ସାତଦିନ ବ୍ୟବସାୟୀ ମାନେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଛନ୍ତି । ସିଂହଦ୍ୱାରରୁ ରଥ ରନୱେରେ ପହଂଚିଛି ଶରଧାବାଲିରେ । ସେହି ରଥ ରନୱେରୁ ପସରା କ୍ୟାପସୁଲ କାଚ ବଜ୍ର ହେବ ନିଅ ମା ସିନ୍ଦୁର - ପ୍ରଭୁଙ୍କ ପାଖକୁ ବିଭିନ୍ନ ସ୍ଥାନରୁ ଭକ୍ତ ଛୁଟି ଆସୁଛନ୍ତି । ସଧବା ମହିଳାଙ୍କ ସହ କିଛି ନବଦମ୍ପତି ପ୍ରଥମ ରଥ ଦଉଡି ଛୁଇଁବା ପାଇଁ ଶରଧାବାଲିରେ ପହଂଚିଛନ୍ତି । ଓଡ଼ିଶାର ଭଦ୍ରକରୁ ସିନ୍ଦୁର ପସରା ଧରି ଆସିଛନ୍ତି ପ୍ରଦୀପ ରାୟ । ଶରଧାବାଲିରେ ବସି ଡାକୁଛନ୍ତି ନେ ମା ସିନ୍ଦୁର ନିଅ କାଚ ବଜ୍ର ହେବ । ଶ୍ରୀକ୍ଷେତ୍ର ଶରଧାବାଲିରୁ ସିନ୍ଦୁର ଲଗାଇଲେ ସ୍ୱାମୀର ଆୟୁଷ ବଢେ ବୋଲି ବିଶ୍ୱାସ ରହିଛି । ସେ ମନ ଖୁସିରେ ସିନ୍ଦୁର ବିକୁଥିବା ଦେଖିବାକୁ ମିଳିଥିଲା ।
କାଳିଆ ପାଇଁ ଦୀପଟିଏ-ଶରଧାବାଲିରେ ଖୋଲିଛି ଅନେକ ଦୀପ ପସରା । ମାଟି ଦୀପରେ ନଖବଳିତା ଓ ଘିଅ ଦେଇ କର୍ପୂର ଟିକେ ଛିଂଚି ସିଦ୍ଧମହାବୀରର କାଳୀ ଦୀପ ପସରା ଖୋଲିଛି । କାଳିଆ ପାଇଁ ଦୀପଟିଏ ନିଅ ବୋଲି ଭକ୍ତଙ୍କୁ ଡାକୁଛି । ପ୍ରତିଦିନ ଯେତିକି ବିକ୍ରି ହେଉଛି ସେହି ଟଙ୍କାରୁ କିଛି ମାଟି ଦୀପ,ନଖବଳିତା ଓ ଘିଅ କିଣି ବଳକା ଟଙ୍କାରେ ଘରକୁ ସଉଦାପତ୍ର ଓ ପରିବା ନେଉଥିବା କହିଛନ୍ତି । ସେହିପରି ଅନେକ ଦୀପ ପସରା ଖୋଲିଥିବା ଦେଖିବାକୁ ମିଳିଛି ।
ଜଗାର ପୋଷାକ ଓ ମୁକୁଟ ପସରା-ଜଗା ପାଇଁ ସବୁ ନାଟ । ଶରଧାବାଲିରେ ଜଗାର ପୋଷାକ ଓ ମୁକୁଟ ବିକ୍ରି ପାଇଁ ଆସିଛନ୍ତି ହରଷ ନାୟକ । ହସ ହସ ମୁହଁରେ ଜଗାର ମୁକୁଟ ବେଶ ପାଇଁ ଶରଧାବାଲିରେ ବସିଛନ୍ତି । ପ୍ରତିଦିନ ଯେତିକି ମିଳିଲା ସେତିକିରେ ଖୁସି । ଏଭଳି ଅନେକ ଜାଗାରେ ବିକ୍ରି ପାଇଁ ପସରା ପକାଇଛନ୍ତି ।
ଶ୍ରୀମୁଖ ପାଇଁ ଶ୍ରୀଫଳ-ଶ୍ରୀକ୍ଷେତ୍ରରେ ଶ୍ରୀଫଳ ଭାବେ ନଡିଆ । ଦାସିଆ ବାଉରି ହାତରୁ ନଡିଆ ନେଇଥିଲେ। ଶ୍ରୀଜଗନ୍ନାଥଙ୍କ ପ୍ରିୟ ଶ୍ରୀଫଳ । ରଥ ଆଗରେ ନଡିଆ ବାଡେଇଲେ ଭକ୍ତ ଆନନ୍ଦତି ହୁଏ । ବ୍ରହ୍ମଗିରି ରେବଣାରୁ ଆସିଥିବା ବ୍ୟବସାୟୀ ନିଜ ଗଛ ନଡିଆ ଆଣି ବିକ୍ରି କରୁଛନ୍ତି । ୨୦ ଟଙ୍କାରୁ ଆରମ୍ଭ କରି ୪୦ ପର୍ଯ୍ୟନ୍ତ ନଡିଆ ଗୋଟାକ ପ୍ରତି ବିକ୍ରି ହେଉଛି । ଏହିପରି ଅନେକ ନଡିଆ ପସରା ଶରଧାବାଲିରେ ପଡିଛି ।
ଢାଇଁ ଢାଇଁ ବାଜା ନିଅ ବାଜା- ଶରଧାବାଲିରେ ପଡିଛି ବିଭିନ୍ନ ପସରା । ସେଥିମଧ୍ୟରୁ ଜଣେ କଥା କହିପାରୁ ନଥିବା ଦିବ୍ୟାଙ୍ଗ ବାଜା ପସରା ଖୋଲି ବସିଛନ୍ତି । ଶହେ ଟଙ୍କା ରଖିଛନ୍ତି ବାଜାର ମୁଲ୍ୟ । ଛୋଟ ପିଲାଟିଏ କହୁଛି ମମି ହଣ୍ଡ୍ରେଡ଼ ଟଙ୍କା ଦିଅ ବାଜା କିଣିବି । ବାଜା ବଜାଇବା ପାଇଁ ପିଲାଙ୍କ ଆଗ୍ରହ ।
ୟୁପିରୁ ଆସିଛି ମୟୁରପୁଛ- କୃଷ୍ଣ ପ୍ରିୟ ମୟୁରପୁଛ । ୟୁପିରୁ ମୟୁରପୁଛ ଆଣି ପୁରୀ ଆସିଛନ୍ତି କ୍ରିଷ୍ଣା କୁମାର । ବେକରେ କାନ୍ଧରେ ମୟୁରପୁଛ ପକାଇ ଶରଧାବାଲିରେ ବିକ୍ରି କରୁଛନ୍ତି । ଗୋଟିଏ ମୟୁରପୁଛ ୧୦ଟଙ୍କା ଓ ମୟୁରପଙ୍ଖା ୮୦ଟଙ୍କା ନେଉଥିବା ବେଳେ ଗୋଛା ୧୦୦ ଟଙ୍କା ନେଉଛନ୍ତି ଏମିତି ସାଙ୍ଗସାଥୀ ହୋଇ ଆସିଛନ୍ତି ।
ଯୁବତୀ ନେଉଛନ୍ତି ପ୍ଲାଷ୍ଟିକ ଚୁଡି-ୟୁପିରୁ ଆସିଛନ୍ତି ପ୍ଲାଷ୍ଟିକ ଚୁଡି ବ୍ୟବସାୟୀ । ଦୀର୍ଘ ୧୯ ବର୍ଷ ଧରି ଆସୁଛନ୍ତି ରଥଯାତ୍ରାକୁ । ଯୁବତୀଙ୍କ ହାତମାପ ପଚାରି ଦେଉଛନ୍ତି ଚୁଡି । ପୁରୀରେ ବ୍ୟବସାୟ କରି ଭାରି ଖୁସି ଅନୁଭବ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ