ଉଧମପୁର- ଜୈଶ ଆତଙ୍କବାଦୀଙ୍କ ତଲାସରେ ତୃତୀୟ ଦିନ ବି ଅଭିଯାନ ଜାରି
ଜମ୍ମୁ, 28 ଜୁନ୍ (ହି.ସ.) - ଉଧମପୁର ଜିଲ୍ଲାର ବସନ୍ତଗଡ଼ ବେଲ୍ଟର ଜଙ୍ଗଲ ଅଞ୍ଚଳରେ ପାକିସ୍ତାନ ସ୍ଥିତ ଉଗ୍ରବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଆତଙ୍କବାଦୀଙ୍କ ତଲାସୀ ଅଭିଯାନ ଶନିବାର ତୃତୀୟ ଦିନରେ ମଧ୍ୟ ଜାରି ରହିଛି। ସୁରକ୍ଷା ବଳର ଏକ ମିଳିତ ଟିମ୍ ଦ୍ୱାରା ଘେରାବନ୍
ଉଧମପୁର- ଜୈଶ     ଆତଙ୍କବାଦୀଙ୍କ ତଲାସରେ ତୃତୀୟ ଦିନ ବି ଅଭିଯାନ ଜାରି


ଜମ୍ମୁ, 28 ଜୁନ୍ (ହି.ସ.)

- ଉଧମପୁର ଜିଲ୍ଲାର

ବସନ୍ତଗଡ଼ ବେଲ୍ଟର ଜଙ୍ଗଲ ଅଞ୍ଚଳରେ ପାକିସ୍ତାନ ସ୍ଥିତ ଉଗ୍ରବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି

ଆତଙ୍କବାଦୀଙ୍କ ତଲାସୀ ଅଭିଯାନ ଶନିବାର ତୃତୀୟ ଦିନରେ ମଧ୍ୟ ଜାରି ରହିଛି। ସୁରକ୍ଷା ବଳର ଏକ ମିଳିତ

ଟିମ୍ ଦ୍ୱାରା ଘେରାବନ୍ଦୀ ଓ ତଲାସୀ ଅଭିଯାନ ଚଳାଯାଉଛି।

ଗୁରୁବାର ଦିନ ସୁରକ୍ଷା ବଳ

ସହ ହୋଇଥିବା ଏକ ଗୁଳି ବିନିମୟରେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ସଂଗଠନର ଜଣେ ଆତଙ୍କବାଦୀକୁ

ହତ୍ୟା ହୋଇଥିଲା, ଯେଉଁଥିରେ

ତାର ତିନି ସହଯୋଗୀ ବସନ୍ତଗଡ଼ ବେଲ୍ଟର ଜଙ୍ଗଲ ଅଞ୍ଚଳରେ ଫସି ରହିଛନ୍ତି। ବହୁସ୍ତରୀୟ

ଘେରାବନ୍ଦୀକୁ ଆହୁରି ମଜବୁତ କରାଯାଉଥିବା ବେଳେ ମିଳିତ ଅଭିଯାନ ଟିମ୍ ତାଙ୍କର କାର୍ଯ୍ୟକ୍ଷେତ୍ର

ବିସ୍ତାର କରିଛନ୍ତି। ଆଜି ସକାଳୁ ଡ୍ରୋନ୍ ଓ ତଲାସୀ କୁକୁରଙ୍କ ସହଯୋଗରେ ଏହି ତଲାସୀ ଅଭିଯାନ

ପୁଣି ଆରମ୍ଭ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande