କୋଲକାତା, 28 ଜୁନ୍ (ହି.ସ.)-କେନ୍ଦ୍ରୀୟ
ରେଳ,
ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ
ବୈଷ୍ଣବ ଶନିବାର ଦିନ ସାନ୍ତରାଗାଛି ରେଳ ଷ୍ଟେସନରୁ ଭିଡିଓ କନ୍ଫରେନ୍ସିଙ୍ଗ ମାଧ୍ୟମରେ
ପୁରୁଲିଆ-ବାଙ୍କୁଡ଼ା-ହାୱଡା ମେମୁ ଟ୍ରେନର ପ୍ରଥମ ସେବାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ସେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଳ ବ୍ୟବସ୍ଥାର ବିସ୍ତାର, ଆଧୁନିକିକରଣ ଓ ଯାତ୍ରୀ ସୁବିଧାଗୁଡିକୁ ନେଇଥିବା ପ୍ରାଥମିକତାକୁ
ଉଲ୍ଲେଖ କରି କହିଛନ୍ତି ଯେ, ପ୍ରାୟ ୧୨ ଲକ୍ଷ ରେଳ କର୍ମଚାରୀ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପରିଶ୍ରମ
କରୁଛନ୍ତି।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି
ଯେ,
୨୦୦୯ ରୁ ୨୦୧୪ ମଧ୍ୟରେ ପଶ୍ଚିମବଙ୍ଗରେ ରେଳ ପ୍ରଣାଳୀରେ ପ୍ରାୟ ୪୩୮୦
କୋଟି ଟଙ୍କାର ନିବେଶ ହୋଇଥିଲା । ବର୍ତ୍ତମାନ ଏହି ଅଙ୍କ ପ୍ରାୟ ୧୪ ହଜାର କୋଟି ଟଙ୍କାରେ
ପହଞ୍ଚିଛି। ସେ କହିଛନ୍ତି ଯେ, ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ କୋଲକାତା ମେଟ୍ରୋ ନେଟୱାର୍କରେ ୪୧ କିଲୋମିଟର ବୃଦ୍ଧି ଘଟିଛି, ଯେଉଁଥିରେ ୧୯୭୨ ରୁ ୨୦୧୪ ପର୍ଯ୍ୟନ୍ତ କେବଳ ୨୮ କିଲୋମିଟର
ଯୋଡ଼ାଯାଇଥିଲା।
ସେ କୋଲକାତା ମେଟ୍ରୋ ଏବଂ
ଅନ୍ୟାନ୍ୟ ରେଳ ପ୍ରକଳ୍ପ ସହ ସଂପୃକ୍ତ ଜମି ଅଧିଗ୍ରହଣ, ପରିବହନ ଅନୁମତି ଭଳି ଚ୍ୟାଲେଞ୍ଜଗୁଡ଼ିକ ଉଲ୍ଲେଖ କରି ରାଜ୍ୟ ସରକାର
ଏବଂ ସଂପୃକ୍ତ କର୍ମଚାରୀମାନେ ରାଜନୀତିରୁ ଉପରେ ଉଠି ଜନସେବାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି।
ସେ ବିଶେଷକରି ଖିଦିରପୁର, ଚିଙ୍ଗଡ଼ିଘାଟା ଏବଂ ବେଲୀଘାଟା ଭଳି ସ୍ଥାନ ସହିତ ବିଷ୍ଣୁପୁର-ତାରକେଶ୍ୱର ରେଳ ପଥରେ
ଆସୁଥିବା ବାଧାଗୁଡିକୁ ମଧ୍ୟ ଧ୍ୟାନ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା