ନିଖୋଜ ଯୁବକଙ୍କ ମୃତଦେହ କୂଅରୁ ଠାବ, ହତ୍ୟା ଅଭିଯୋଗ
ବଲାଙ୍ଗିର, ୨୯ ଜୁନ୍ (ହି.ସ.)- ଗତ ୨୦ ତାରିଖ ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଏକ କୂଅ ଭିତରୁ ଠାବ ହୋଇଛି। ସୂଚନା ଅନୁସାରେ, କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁ ରେ, ଏହି ଗାଁ ୧୯ ବର୍ଷିୟ ଯୁବକ କୁଜ ମାଝୀ ଗତ ୨୦ ରାତିରେ ଘର ଖାଉଥିବା ସମୟରେ ଏକ ଫୋନ କଲ ଆସିଲା ସେ କଥା ହେଉ ହେଉ
ଡୁମେରଚୁଆଁ ଗାଁ ନିଖୋଜ ଯୁବକଙ୍କ କୂଅ ଭିତରୁ ମୃତ ଦେହ ଠାବ


ବଲାଙ୍ଗିର, ୨୯ ଜୁନ୍ (ହି.ସ.)- ଗତ ୨୦ ତାରିଖ ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଏକ କୂଅ ଭିତରୁ ଠାବ ହୋଇଛି।

ସୂଚନା ଅନୁସାରେ, କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁ ରେ, ଏହି ଗାଁ ୧୯ ବର୍ଷିୟ ଯୁବକ କୁଜ ମାଝୀ ଗତ ୨୦ ରାତିରେ ଘର ଖାଉଥିବା ସମୟରେ ଏକ ଫୋନ କଲ ଆସିଲା ସେ କଥା ହେଉ ହେଉ ଘରୁ ବାହାରିଥିଲେ ଯେ ରାତିରେ ଆଉ ଘରକୁ ଫେରିଲେ ନାହିଁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପତ୍ତା ପାଇଲେ ନାହିଁ ଶେଷରେ ଥାନାର ଦ୍ବାରସ୍ଥ ହେଲେ। ଏନେଇ କଣ୍ଟାବାଞ୍ଜି ପୋଲିସ ନିଖୋଜ ମାମଲା ରୁଜୁ କରିଥିବା ବେଳେ ନିଖୋଜ ଯୁବକ କୁଜ ର କୌଣସି ପତ୍ତା ପାଇନଥିବା ବେଳେ ଶୁକ୍ରବାର ସକାଳେ କଣ୍ଟାବାଞ୍ଜି ସିମେଣ୍ଟ ଫ୍ୟାକ୍ଟ୍ରି ପଛ ପଟେ ଏକ କୂଅ ଭିତରେ ଯୁବକଙ୍କ ମୃତଦେହ ପଡିଥିବା ପରିବାର ଲୋକେ ଚିହ୍ନଟ କରିଛନ୍ତି। ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande