ରଥଯାତ୍ରାରେ ଜାତୀୟ ସେବା ଶିବିର ପୁରୀରେ ମାଲକାନଗିରି ଜିଲ୍ଲା ରେଡ଼କ୍ରସ ର ସେବା
ମାଲକାନଗିରି, ୨୯ ଜୁନ୍ (ହି.ସ.)- ଚଳିତବର୍ଷ ମହାପ୍ରଭୁ ଙ୍କ ପବିତ୍ର ରଥଯାତ୍ରା ଜାତୀୟ ସେବା ଶିବିର ପୁରୀରେ ମାଲକାନଗିରି ଜିଲ୍ଲାର ଯୁବ ରେଡକ୍ରସ ର ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଡ଼. ରଞ୍ଜନ କୁମାର ସ୍ୱାଇଁ, ମାଲକାନଗିରି ଜିଲ୍ଲାର ଜୁନିୟର ରେଡକ୍ରସ ଅଫିସର ନିରଞ୍ଜନ ମହାରଣା, ସାଧନାକର୍ମୀ ମାର୍କଣ୍ଡ ଚ
ରଥଯାତ୍ରା ଜାତୀୟ ସେବା ଶିବିର ପୁରୀ ରେ ମାଲକାନଗିରି ଜିଲ୍ଲା ରେଡ଼କ୍ରସ ର ସେବା


ମାଲକାନଗିରି, ୨୯ ଜୁନ୍ (ହି.ସ.)- ଚଳିତବର୍ଷ ମହାପ୍ରଭୁ ଙ୍କ ପବିତ୍ର ରଥଯାତ୍ରା ଜାତୀୟ ସେବା ଶିବିର ପୁରୀରେ ମାଲକାନଗିରି ଜିଲ୍ଲାର ଯୁବ ରେଡକ୍ରସ ର ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଡ଼. ରଞ୍ଜନ କୁମାର ସ୍ୱାଇଁ, ମାଲକାନଗିରି ଜିଲ୍ଲାର ଜୁନିୟର ରେଡକ୍ରସ ଅଫିସର ନିରଞ୍ଜନ ମହାରଣା, ସାଧନାକର୍ମୀ ମାର୍କଣ୍ଡ ଚରଣ ଦାସ ଓ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ, ଗୋବିନ୍ଦପାଲ୍ଲୀ ର ଛାତ୍ର ଗୌର ମାଝୀ ଉପସ୍ଥିତ ରହି ଅଗଣିତ ଭକ୍ତଙ୍କୁ ପାଣି ବଣ୍ଟନ, ପାଣି ଛିଞ୍ଚନ, ପ୍ରାଥମିକ ଚିକିତ୍ସା, ଷ୍ଟ୍ରେଚର ସେବା ଓ ପୁରୀ ବଡଦାଣ୍ଡ ରେ ଝାଡୁକରିବା, ସଫେଇ କରିବା ଇତ୍ୟାଦି ମହତ କାର୍ଯ୍ୟରେ ଯୋଗଦେଇ ମାଲକାନଗିରି ଜିଲ୍ଲା ମାଟିର ମର୍ଯ୍ୟାଦା ବଢ଼ାଇଛନ୍ତି I

ରଥଯାତ୍ରା ଜାତୀୟ ସେବା ଶିବିର ରେଡକ୍ରସର ଉଦଘାଟନୀ ଉତ୍ସବ ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଥିଲା, ଯାହାର ମୁଖ୍ୟଅତିଥି ଥିଲେ ଓଡିଶାର ମହାମହିମ ରାଜ୍ୟପାଳ ଡ଼. ହରିବାବୁ କୁମ୍ଭମପତି, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ, ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରେଡକ୍ରସ ର ଅବୈତନିକ ସଚିବ ଗଣେଶ ପାତ୍ର, ରାଜ୍ୟ ୟୁଥ ରେଡକ୍ରସ ଅଫିସର ଡ଼. ରମେଶ ଚନ୍ଦ୍ର ବେହେରା, ରାଜ୍ୟ ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ I

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

 rajesh pande