ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର କୋଟ ସମଲାଇରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର, ୨୯ ଜୁନ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ଶ୍ରୀ ପାତାଳୀକ୍ଷେତ୍ର କୋଟସମଲାଇରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଭୋର ସକାଳୁ ୫ଟାରେ ମଙ୍ଗଳ ଆଳତି, ସକାଳ ୭ଟାରେ ଖେଚୁଡି ଭୋଗ, ୮ଟାରେ ମଙ୍ଗଳାରୋପଣ, ଦ୍ଵାରପାଳ ପୂଜା, ଦ୍ଵାରଫିଟା, ଖେ
ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ  ପାତାଳୀ  ଶ୍ରୀକ୍ଷେତ୍ର କୋଟ ସମଲାଇରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ


ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ  ପାତାଳୀ  ଶ୍ରୀକ୍ଷେତ୍ର କୋଟ ସମଲାଇରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ


ସୁବର୍ଣ୍ଣପୁର, ୨୯ ଜୁନ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ଶ୍ରୀ ପାତାଳୀକ୍ଷେତ୍ର କୋଟସମଲାଇରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଭୋର ସକାଳୁ ୫ଟାରେ ମଙ୍ଗଳ ଆଳତି, ସକାଳ ୭ଟାରେ ଖେଚୁଡି ଭୋଗ, ୮ଟାରେ ମଙ୍ଗଳାରୋପଣ, ଦ୍ଵାରପାଳ ପୂଜା, ଦ୍ଵାରଫିଟା, ଖେଚୁଡି ଭୋଗ, ମହାପ୍ରଭୁଙ୍କ ବେଶ, ରଥ ପ୍ରତିଷ୍ଠା ଆଦି ରୀତିନୀତି କରାଯାଇଥିଲା । ସକାଳ ୧୦ଟାରେ ଛଳିଆ ପାହାଡ ଶିଖରରୁ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା । ଅପରାହ୍ନ ୧ଟାରେ ମହାପ୍ରଭୁଙ୍କୁ ଗାଁର ଗଡତ୍ୟା ଚମରା ଅମାତ୍ ଛେରାପହଁରା ନୀତି ସମ୍ପାଦନ କରିଥିଲେ । ତା ପରେ ୨ଟାରେ ମହାପ୍ରଭୁଙ୍କ ରଥଟଣା ହୋଇଥିଲା । ବଳରାମଙ୍କ ତାଳଧ୍ୱଜ ରଥ ତା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ମହାବାହୁଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା । ଏହି ଅବସରରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ କୃପା ପାଇଁ ଧାଇଁ ଆସିଥିଲେ ।

ଏଥିରେ ରାଜମଣୀ ସାହୁ, ନାରାୟଣ ଦେହୁରୀ, ଅଧ୍ୟାପକ ପଣ୍ଡିତ ହରିଶ୍ଚନ୍ଦ୍ର ହୋତା ଓ ରବିନାରାୟଣ ପାଣିଗ୍ରାହୀ ପ୍ରମୁଖ ଧାରା ବିବରଣି ପ୍ରଦାନ କରିଥିଲେ । ପାତାଳୀ ଶ୍ରୀକ୍ଷେତ୍ର ଭଜନ ଗ୍ରୁପ ଦ୍ବାରା ଭଜନ କାର୍ଯ୍ୟକ୍ରମ, ମହିଳା ନାମ ସଂକିର୍ତନ ଆଦି ପରିବେଷଣ ହୋଇଥିଲା । ଅଖିଳ ଭାରତୀୟ ସେବା ସଂଗଠନ, ରାଷ୍ଟ୍ରୀୟ ସ୍ଵୟଂ ସେବା ସଂଗଠନ, ମାହେଶ୍ଵରୀ ସେନା, ପାତାଳୀ ସେନା, ପବନା ଶ୍ରମ ଗ୍ରୁପ, ପୋଲିସ ବିଭାଗ, ସ୍ବାସ୍ଥ୍ୟ, ପାନୀୟ ଜଳ ବିଭାଗ, ଦମକଳ ବାହିନୀ ସହ ଅନ୍ୟ ବିଭାଗ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande