ଜୈସଲମେର, 29 ଜୁନ୍ (ହି.ସ.)- ଜିଲ୍ଲାରେ ଭାରତ-ପାକିସ୍ତାନ ସୀମା ନିକଟରେ ପ୍ରାୟ ୧୦-୧୨ କି.ମି. ଭିତର ଭାରତୀୟ
ସୀମା ଅଞ୍ଚଳ ସାଧେୱାଲାରେ ଜଣେ ଯୁବକ ଓ ଜଣେ ନାବାଳିକାର ଗଳିତ ମୃତଦେହ ଉଦ୍ଧାର ହୋଇଛି।
ପ୍ରାରମ୍ଭିକ ଅନୁମାନ ଅନୁସାରେ, ଏହି ଶବ ପ୍ରାୟ ସାତ ଦିନ ପୁରୁଣା ଅଟେ।
ଶବ ନିକଟରୁ ପାକିସ୍ତାନର ସିମ୍ କାର୍ଡ ଓ ଜଣେ ବ୍ୟକ୍ତିଙ୍କର ଆଇଡି କାର୍ଡ ମିଳିଛି । ଯେଉଁଥିରୁ ଯୁବକ ଓ ଝିଅ ପାକିସ୍ତାନୀ ହୋଇପାରନ୍ତି ବୋଲି ଅନୁମାନ
କରାଯାଉଛି। ଏସ୍ପି ସୁଧୀର ଚୌଧୁରୀ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ଆଇଡିକାର୍ଡରେ
ଯୁବକଙ୍କ ନାମ ରବି କୁମାର ଲେଖାଯାଇଛି।
ମୃତଦେହଗୁଡ଼ିକ ସୀମା ଅଞ୍ଚଳର ଭିତର ଅଂଚଳ ସାଧେୱାଲା ଅଞ୍ଚଳରେ ମିଳିଛି। ବର୍ଡର
ସିକ୍ୟୁରିଟି ଫୋର୍ସଓ ସ୍ଥାନୀୟ ପୋଲିସ ତୁରନ୍ତ ସ୍ଥଳରେ
ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଶବଗୁଡ଼ିକୁ ରାମଗଡ଼ ସିଏଚସିର ଶବାଗାରରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର ଠିକ୍
କାରଣ ଜଣାପଡ଼ିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା