ଉତରକାଶୀ, 29 ଜୁନ୍ (ହି.ସ.)
-ଉତ୍ତରାଖଣ୍ଡର
ଉତ୍ତରକାଶୀ ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଯମୁନୋତ୍ରୀ ଅଞ୍ଚଳରେ ସିଲାଇ ବ୍ୟାଣ୍ଡ
ନିକଟରେ ବାଦଲ ଫାଟିବା ଘଟଣାରୁ ବ୍ୟାପକ କ୍ଷତି ହୋଇଛି। ଏଠାରେ ୮-୯ ଜଣ ଶ୍ରମିକ ନିଖୋଜ ହୋଇଥିବା
ସୂଚନା ମିଳିଛି। ଘଟନା ସ୍ଥଳରେ ପୋଲିସ, ପ୍ରଶାସନ ଓ ଏସ୍ଡିଆରଏଫ୍ ପକ୍ଷରୁ ରେସ୍କ୍ୟୁ
କାର୍ଯ୍ୟ ଆରମ୍ଭ କରାଯାଇଛି।
ଯମୁନୋତ୍ରୀ ଜାତୀୟ ରାଜପଥରେ ପାଲିଗଡ଼ରୁ ୪ କି.ମି. ଆଗକୁ ସିଲାଇ ବ୍ୟାଣ୍ଡ ନିକଟରେ ରାତି
ପ୍ରାୟ ୩ଟା ସମୟରେ ବାଦଲ ଫାଟିଥିଲା । ଏହା ପରେ ୮-୯ ଜଣ ଶ୍ରମିକ ନିଖୋଜ ହୋଇଥିବା ସୂଚନା
ମିଳିଛି। ଏହା ସହିତ, ପ୍ରାୟ ୧୦ ମିଟର ଯମୁନୋତ୍ରୀ ହାଇୱେ ଧୋଇଯାଇଛି।
ଜିଲ୍ଲାପାଳ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି ଯେ, ସିଲାଇ ବ୍ୟାଣ୍ଡ ନିକଟରେ
ଏକ ହୋଟେଲ୍ ନିର୍ମାଣାଧୀନ ଅଛି, ଯାହାର ଶ୍ରମିକମାନେ ନିକଟସ୍ଥ କ୍ୟାମ୍ପରେ
ରହୁଥିଲେ। ସେହି କ୍ୟାମ୍ପରେ ପ୍ରାୟ ୧୯ ଜଣ ଶ୍ରମିକ ଥିଲେ, ଏଥିମଧ୍ୟରୁ ୮-୯ ଜଣ ନିଖୋଜ
ହୋଇଛନ୍ତି। ସିଲାଇ ବ୍ୟାଣ୍ଡ ନିକଟରେ ପ୍ରାୟ ୧୦ ମିଟର ଜାତୀୟ ରାଜପଥ ଧୋଇଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା