ଆସାମରେ ବନ୍ୟାରେ 22 ଜିଲ୍ଲା ପ୍ରଭାବିତ,ବ୍ରହ୍ମପୁତ୍ର ସମେତ 15 ନଦୀ ବିପଦ ସଙ୍କେତ ଉପରେ
ଗୁୱାହାଟୀ 3 ଜୁନ (ହି.ସ)-ଲଗାତାର ବର୍ଷା ଯୋଗୁଁ ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି।ବ୍ରହ୍ମପୁତ୍ର(ନିମାତୀଘାଟ,ତେଜପୁର),ସୁବନସିରୀ(ବଡାଟୀଘାଟ),ବୁରୀଦିହିଙ୍ଗ ,ଧନସିରୀ(ନୁମଲୀଗଢ),କପିଲୀ(କାମପୁର,ଘରମଟୁଲ),ବରାକ(ଛୋଟା ବେକରା,ଫୁଲେର୍ଟଲ,ଏପି ଘାଟ,ବିପି ଘାଟ
ଆସାମରେ ବନ୍ୟାରେ 22 ଜିଲ୍ଲା ପ୍ରଭାବିତ,ବ୍ରହ୍ମପୁତ୍ର ସମେତ 15 ନଦୀ ବିପଦ ସଙ୍କେତ ଉପରେ


ଗୁୱାହାଟୀ 3 ଜୁନ

(ହି.ସ)-ଲଗାତାର ବର୍ଷା ଯୋଗୁଁ ଆସାମରେ ବନ୍ୟା ସ୍ଥିତି ଗମ୍ଭୀର

ରହିଛି।ବ୍ରହ୍ମପୁତ୍ର(ନିମାତୀଘାଟ,ତେଜପୁର),ସୁବନସିରୀ(ବଡାଟୀଘାଟ),ବୁରୀଦିହିଙ୍ଗ

,ଧନସିରୀ(ନୁମଲୀଗଢ),କପିଲୀ(କାମପୁର,ଘରମଟୁଲ),ବରାକ(ଛୋଟା ବେକରା,ଫୁଲେର୍ଟଲ,ଏପି ଘାଟ,ବିପି

ଘାଟ),ରୁକନୀ (ଧୋଲାଇ),ଧଳେସ୍ୱରୀ (ଘରମୁରା),କଟାଖାଲ (ମାତିଜୁରୀ)ଏବଂ କୁଶିୟାରା(ଶ୍ରୀଭୁମି)ନଦୀ

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।ବନ୍ୟା ଦ୍ୱାରା 22 ଜିଲ୍ଲା ପ୍ରଭାବିତ।ଏଥିମଧ୍ୟରେ

ଲକ୍ଷ୍ମୀପୁର ,ନଗାଓଁ ,କଛାର ଡିବ୍ରୁଗଢ ,ମାଜୁଲୀ,ତିନସୁକିୟା,ଶିବସାଗର,ଦରଙ୍ଗ,ଗୋଳାହାଟ,କାମରୁପ(ଏମ),କାର୍ବୀ

ଆଙ୍ଗଲୋଙ୍ଗ ,କାର୍ବୀ ଆଙ୍ଗଲୋଙ୍ଗ ୱେଷ୍ଟ,ଡିମା ହସାଓ ଏବଂ ଶ୍ରୀଭୁମି ଜିଲ୍ଲା

ଅନ୍ତର୍ଭୁକ୍ତ।ଏପର୍ଯ୍ୟନ୍ତ 1254 ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।5,15,039 ଲୋକ

ପ୍ରଭାବିତ ହୋଇଛନ୍ତି।12,610.27 ହେକ୍ଟର ଫସଲ କ୍ଷତିଗ୍ରସ୍ଥ ହୋଇଛି।65 ରାଜସ୍ୱ ସର୍କଲ

ପ୍ରଭାବିତ ହୋଇଛନ୍ତି।165 ରିଲିଫ ଶିବିର ଏବଂ ରିଲିଫ ବଣ୍ଟନ କେନ୍ଦ୍ର ଖୋଲାଯାଇଛି।31,212 ଜଣ ଲୋକ

ରିଲିଫ ଶିବିରରେ ରହୁଥିବାବେଳେ 1,54,177 ଲୋକ ବେଆଇନ ଶିବିର ରିଲିଫ କେନ୍ଦ୍ରରୁ ସହାୟତା

ନେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande