ଦେବୀ କାମାକ୍ଷାଙ୍କ ଅବମାନନା ଅଭିଯୋଗରେ କୋଲକାତା ନିବାସୀ ବଜାହତ ଖାନଙ୍କ ବିରୁଦ୍ଧରେ ମୋକଦ୍ଦମା
କୋଲକାତା, ୩ ଜୁନ୍ (ହି.ସ.)- ହିନ୍ଦୁ ଧର୍ମ ଓ ଦେବୀ -ଦେବତାଙ୍କ ବିରୋଧରେ ଆପତିଜନକ ଓ ଅପମାନଜନକ ଟିପ୍ପଣୀ ଦେବା ମାମଲାରେ କୋଲକାତା ନିବାସୀ ବଜାହତ ଖାନ କାଦରି ରାଶିଦିଙ୍କ ବିରୋଧରେ ଅପରାଧିକ ମାମଲା ଦାୟର୍ କରିଛନ୍ତି ଆସାମ ସରକାର । ଦେବୀ କାମାକ୍ଷା ଆସାମ ସହିତ ଦେଶର ଧାର୍ମିକ ଏବଂ ସାଂସ୍କୃତିକ ବିଶ୍ୱ
ଦେବୀ କାମାକ୍ଷାଙ୍କ ଅବମାନନା ଅଭିଯୋଗରେ କୋଲକାତା ନିବାସୀ ବଜାହତ ଖାନଙ୍କ ବିରୁଦ୍ଧରେ ମୋକଦ୍ଦମା


କୋଲକାତା, ୩ ଜୁନ୍ (ହି.ସ.)- ହିନ୍ଦୁ ଧର୍ମ ଓ ଦେବୀ -ଦେବତାଙ୍କ ବିରୋଧରେ ଆପତିଜନକ ଓ ଅପମାନଜନକ ଟିପ୍ପଣୀ ଦେବା ମାମଲାରେ କୋଲକାତା ନିବାସୀ ବଜାହତ ଖାନ କାଦରି ରାଶିଦିଙ୍କ ବିରୋଧରେ ଅପରାଧିକ ମାମଲା ଦାୟର୍ କରିଛନ୍ତି ଆସାମ ସରକାର । ଦେବୀ କାମାକ୍ଷା ଆସାମ ସହିତ ଦେଶର ଧାର୍ମିକ ଏବଂ ସାଂସ୍କୃତିକ ବିଶ୍ୱାସରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ପଣୀ କେବଳ ଯେ ଧାର୍ମିକ ଭାବନାକୁ ଆଘାତ ଦେଉଛି ତାହା ନୁହେଁ, ବରଂ ସମାଜରେ ସାମ୍ପ୍ରଦାୟିକ ଉତେଜନାକୁ ପ୍ରୋତ୍ସାହନ ଦେଇପାରେ । ଏହାକୁ ଦୃଷ୍ଟରେ ରଖି ଆସାମ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବକ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଛି । ଆସାମ ମୁଖ୍ୟମନ୍ତ୍ରୀ ମିଡ଼ିଆ ସହିତ କଥାବାର୍ତା ବେଳେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ପଶ୍ଚିମବଙ୍ଗ ସରକାରଙ୍କୁ ଔପଚାରିକ ଭାବେ ଅନୁରୋଧ କରିଛି ଯେ, ଅଭିଯୁକ୍ତ ବଜାହତ ଖାନ କାଦରି ରାଶିଦିକୁ ଆସାମ ପୋଲିସର ଜିମା ଦିଆଯାଉ । ଯାହାଦ୍ୱାରା କି ସେ ଏଠାକାର ନ୍ୟାୟିକ ପ୍ରକ୍ରିୟାର ସାମ୍ନା କରିପାରିବ । ତେବେ ଏହା ଦେଖିବାକୁ ହେବ ପଶ୍ଚିମବଙ୍ଗ ସରକାର ଏ ଉପରେ କି ପ୍ରକାର ସହଯୋଗ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande