ପିୟୂଷ ଗୋୟଲ ସିଙ୍ଗାପୁର ସହିତ ଭାରତୀୟ ଶିପିଙ୍ଗ କ୍ଷେତ୍ରରେ ଅବସର ଉପରେ ଆଲୋଚନା କଲେ
ନୂଆଦିଲ୍ଲୀ, ୩ ଜୁନ୍ (ହି.ସ.)- କେନ୍ଦ୍ର ବାଣିଜ୍ୟ ତଥା ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ ମଙ୍ଗଳବାର ସିଙ୍ଗାପୁରର ଉପ - ପ୍ରଧାନମନ୍ତ୍ରୀ ଗାନ କିମ ୟୋଂଗଙ୍କୁ ଭେଟିଛନ୍ତି । ସେ ଆର୍ଥିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ତଥା ଭାରତୀୟ ଶିପିଙ୍ଗ କ୍ଷେତ୍ରରେ ବ୍ୟାପକ ଅବସର ଉପରେ ଆଲୋଚନା କରିଛନ୍ତି । ଏଥି ସହିତ
ପିୟୂଷ ଗୋୟଲ ସିଙ୍ଗାପୁର ସହିତ ଭାରତୀୟ ଶିପିଙ୍ଗ କ୍ଷେତ୍ରରେ ଅବସର ଉପରେ ଆଲୋଚନା କଲେ


ନୂଆଦିଲ୍ଲୀ, ୩ ଜୁନ୍ (ହି.ସ.)- କେନ୍ଦ୍ର ବାଣିଜ୍ୟ ତଥା ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ ମଙ୍ଗଳବାର ସିଙ୍ଗାପୁରର ଉପ - ପ୍ରଧାନମନ୍ତ୍ରୀ ଗାନ କିମ ୟୋଂଗଙ୍କୁ ଭେଟିଛନ୍ତି । ସେ ଆର୍ଥିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ତଥା ଭାରତୀୟ ଶିପିଙ୍ଗ କ୍ଷେତ୍ରରେ ବ୍ୟାପକ ଅବସର ଉପରେ ଆଲୋଚନା କରିଛନ୍ତି । ଏଥି ସହିତ ସେ ବିଭିନ୍ନ କ୍ଷେତ୍ର ବିଶେଷ କରି ଶିପିଙ୍ଗ କ୍ଷେତ୍ରରେ ଭାରତ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ଜବରଦସ୍ତ ସୁଯୋଗ ଉପରେ ଦୃଷ୍ଟିନିକ୍ଷେପ କରିଥିଲେ ।

ଏହା ପୂର୍ବରୁ ଶ୍ରୀ ଗୋୟଲ ତିନି ଦିବସୀୟ ଫ୍ରାନ୍ସ ଅଫସିଆଲ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ଫ୍ରାନ୍ସିସି ନେତାମାନଙ୍କୁ ଓ ବ୍ୟବସାୟୀ ମାନଙ୍କୁ ଭେଟିଥିଲେ । ବାଣିଜ୍ୟ ମନ୍ତ୍ରୀ ବିଳମ୍ବିତ ରାତିରେ ପ୍ୟାରିସ୍ ରେ ଶୀର୍ଷ ଫ୍ରାନ୍ସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ସହିତ କେତେକ ଉଚ୍ଚସ୍ତରିୟ ବୈଠକ କରିଥିଲେ । ଏହା ବ୍ୟତୀତ ଶ୍ରୀ ଗୋୟଲ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସୀ (ଆଇଇଏ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡଃ. ଫତିହ ବିରୋଲଙ୍କୁ ମଧ୍ୟ ଭେଟିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande