ମୁମ୍ବାଇ ଏୟାରପୋର୍ଟରୁ 5.11 କୋଟିର କୋକିନ ଜବତ, ବିଦେଶୀ ନାଗରିକ ଗିରଫ
ମୁମ୍ବାଇ, 3 ଜୁନ୍ (ହି.ସ.)-ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗର ଏୟାର୍ ଇଣ୍ଟେଲିଜେନ୍ସ ୟୁନିଟ୍ ଟିମ୍ ମଙ୍ଗଳବାର ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ୫୨ କୋଟି ଟଙ୍କା ମୂଲ୍ୟର କୋକେନ୍ ଜବତ ହୋଇଛି। ସେ ଏହି କୋକେନ୍ ତାଙ୍କର ଶରୀରର ବିଭିନ୍ନ ଅଂଶର
ମୁମ୍ବାଇ ଏୟାରପୋର୍ଟରୁ     5.11 କୋଟିର କୋକିନ ଜବତ, ବିଦେଶୀ ନାଗରିକ ଗିରଫ


ମୁମ୍ବାଇ, 3 ଜୁନ୍ (ହି.ସ.)-ମୁମ୍ବାଇ

ବିମାନବନ୍ଦରରେ କଷ୍ଟମ ବିଭାଗର ଏୟାର୍ ଇଣ୍ଟେଲିଜେନ୍ସ ୟୁନିଟ୍ ଟିମ୍ ମଙ୍ଗଳବାର ଜଣେ ବିଦେଶୀ

ନାଗରିକଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ୫୨ କୋଟି ଟଙ୍କା ମୂଲ୍ୟର କୋକେନ୍ ଜବତ ହୋଇଛି। ସେ

ଏହି କୋକେନ୍ ତାଙ୍କର ଶରୀରର ବିଭିନ୍ନ ଅଂଶରେ ଲୁଚାଇଥିଲେ। ଏହି ଘଟଣା ସଂପର୍କରେ କଷ୍ଟମ ବିଭାଗ

ତଦନ୍ତ କରୁଛି।

କଷ୍ଟମ ସୂତ୍ର ପକ୍ଷରୁ

କୁହାଯାଇଛି ଯେ, ତାଙ୍କର ଏୟାର ଇଣ୍ଟେଲିଜେନ୍ସ

ୟୁନିଟ୍‌କୁ ବିଦେଶରୁ ଡ୍ରଗ୍ ସହିତ ତସ୍କର ଆସିବା ସଂପର୍କରେ ଗୋପନୀୟ ସୂଚନା ମିଳିଥିଲା। ଏହା

ପରେ କଷ୍ଟମ ଟିମ୍ ମୁମ୍ବାଇ ବିମାନବନ୍ଦର ଉପରେ ନଜର ରଖିଥିଲେ । ଯେମିତି ସନ୍ଦିଗ୍ଧ ବିଦେଶୀ

ବିମାନବନ୍ଦରରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଧରାଯାଇଥିଲା । ଅଧିକାରୀମାନେ ତାଙ୍କ ତଦନ୍ତ କରିଥିଲେ। ଏହି କୋକେନ୍‌ର

ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ପ୍ରାୟ ୫୧.୯୪ କୋଟି ଟଙ୍କା ହେବାକୁ ଅନୁମାନ କରାଯାଇଛି। ଏହା ପରେ

କଷ୍ଟମ ଟିମ୍ ତାଙ୍କୁ ଗିରଫ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande