ବ୍ରହ୍ମପୁତ୍ର ସମ୍ପର୍କରେ ପାକିସ୍ଥାନୀ ପ୍ରୋପେଗଣ୍ଡାର ମୁଖ୍ୟମନ୍ତ୍ରୀ ଡା.ସରମା ଭଣ୍ଡୁର କଲେ
ଗୁୱାହାଟୀ 3 ଜୁନ (ହି.ସ)-ଭାରତ ଦ୍ୱାରା ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ପୁଣି ଥରେ ଭାରତ ବିରୁଦ୍ଧରେ ଚୀନ କାନ୍ଧରେ ଚଢି ପାକିସ୍ଥାନ ପ୍ରୋପାଗଣ୍ଡା ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ।ପାକିସ୍ଥାନୀ ପ୍ରୋପାଗଣ୍ଡାକୁ ନେଇ ସ୍ଥାନୀୟ ଗଣମା
ବ୍ରହ୍ମପୁତ୍ର ସମ୍ପର୍କରେ ପାକିସ୍ଥାନୀ ପ୍ରୋପେଗଣ୍ଡାର ମୁଖ୍ୟମନ୍ତ୍ରୀ ଡା.ସରମା ଭଣ୍ଡୁର କଲେ


ଗୁୱାହାଟୀ 3 ଜୁନ (ହି.ସ)-ଭାରତ

ଦ୍ୱାରା ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ନେଇ

ସୃଷ୍ଟି ହୋଇଥିବା ବିବାଦ ପରେ ପୁଣି ଥରେ ଭାରତ ବିରୁଦ୍ଧରେ ଚୀନ କାନ୍ଧରେ ଚଢି ପାକିସ୍ଥାନ

ପ୍ରୋପାଗଣ୍ଡା ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ।ପାକିସ୍ଥାନୀ ପ୍ରୋପାଗଣ୍ଡାକୁ ନେଇ ସ୍ଥାନୀୟ ଗଣମାଧ୍ୟମରେ

ଖବର ଦ୍ରୁତ ଗତିରେ ପ୍ରସାରିତ ହୋଇଛି ,ମୁଖ୍ୟମନ୍ତ୍ରୀ ଡା.ହିମନ୍ତ ବିସ୍ୱ ସରମା ମଧ୍ୟ ଦାୟିତ୍ୱ ଗ୍ରହଣ କରି ପାକିସ୍ଥାନର ମିଛକୁ ସତ

ପ୍ରମାଣିତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଡା.ହେମନ୍ତ ବିସ୍ୱ ସରମା ଗତ ରାତିରେ ସୋଶିଆଲ ମିଡିଆରେ

ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ଯଦି ଚୀନ ବ୍ରହ୍ମପୁତ୍ରର ପାଣି ବନ୍ଦ କରିଦିଏ ତେବେ

ଏହା ଭାରତ ପାଇଁ ସହାୟକ ହେବ।କାରଣ ପ୍ରତିବର୍ଷ ଆସାମରେ ଆସୁଥିବା ଭୟଙ୍କର ବନ୍ୟାରେ ଲକ୍ଷ ଲକ୍ଷ

ଲୋକ ବାସଚ୍ୟୁତ ହୁଅନ୍ତି ଏବଂ ବହୁତ କ୍ଷୟକ୍ଷତି ଘଟେ।ପାକିସ୍ଥାନର ଏହି ଭୟଙ୍କର କାହାଣୀର ସେ

ଉପଯୁକ୍ତ ଜବାବ ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ ଦ୍ୱାରା ଯେବେଠାରୁ ପୁରୁଣା ଏବଂ

ଏକପାଖିଆ ସିନ୍ଧୁଜଳ ସନ୍ଧିକୁ ପରିତ୍ୟାଗ କରାଯାଇଛି,ପାକିସ୍ଥାନ ଭାରତରେ ଏକ ନୁତନ

ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।ଯଦି ଚୀନ ବ୍ରହ୍ମପୁତ୍ର ନଦୀର ଜଳ ବନ୍ଦ କରିଦିଏ ତେବେ?ଏଥିରେ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆସନ୍ତୁ ଆମେ ଏହି ମିଥ୍ୟାକୁ ଭୟରେ ନୁହେଁ,ବରଂ ତଥ୍ୟ ଏବଂ ଜାତୀୟ

ସ୍ପଷ୍ଟତା ସହିତ ଭାଙ୍ଗିବା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande