ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂରକୁ ନେଇ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିରୋଧୀଙ୍କ ଦାବି
ନୂଆଦିଲ୍ଲୀ, 3 ଜୁନ୍ (ହି.ସ.)- ଆଇଏନଡିଆଇ ମେଂଟର କନଷ୍ଟିଟ୍ୟୁସନ କ୍ଲବ୍ ଅଫ୍ ଇଣ୍ଡିଆରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଛି , ଯେଉଁଥିରେ 16ଟି ବିରୋଧୀ ରାଜନୈତିକ ଦଳର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି, ଅ
ପହଲଗାମ ଆକ୍ରମଣ ଓ ଅପରେସନ     ସିନ୍ଦୂରକୁ ନେଇ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିରୋଧୀଙ୍କ ଦାବି


ନୂଆଦିଲ୍ଲୀ, 3 ଜୁନ୍ (ହି.ସ.)- ଆଇଏନଡିଆଇ

ମେଂଟର କନଷ୍ଟିଟ୍ୟୁସନ କ୍ଲବ୍ ଅଫ୍ ଇଣ୍ଡିଆରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଛି , ଯେଉଁଥିରେ 16ଟି ବିରୋଧୀ ରାଜନୈତିକ ଦଳର ପ୍ରତିନିଧିମାନେ

ଅଂଶଗ୍ରହଣ କରିଥିଲେ। ଏହି ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି, ଅପରେସନ୍ ସିନ୍ଦୂର

ବିଷୟରେ ସଂସଦର ଏକ ବିଶେଷ ଅଧିବେଶନ ଡାକିବାକୁ ଦାବି କରିଛନ୍ତି। ବୈଠକ ପରେ ବିଭିନ୍ନ ଦଳର

ନେତାମାନେ ଏକ ମିଳିତ ପ୍ରେସମିଟ କରିଥିଲେ । ଏଥିରେ ସେମାନେ ତାଙ୍କ ବିଶେଷ ଅଧିବେଶନ ଡାକିବା

ଦାବିକୁ ପୁନର୍ବାର ଦୋହରାଇଥିଲେ।

କଂଗ୍ରେସ୍ ନେତା ଦୀପେନ୍ଦ୍ର

ହୁଡ୍ଡା କହିଛନ୍ତି ଯେ ପହେଲଗାମ ଆକ୍ରମଣରୁ ଆରମ୍ଭ କରି ‘ଅପରେସନ୍ ସିନ୍ଦୂର’ ଓ ‘ସିଜ଼ଫାୟାର’ ପର୍ଯ୍ୟନ୍ତ ଘଟିଥିବା ଘଟଣାବଳୀ ଓ ତା ପରେ ଘଟିଥିବା ଡିପ୍ଲୋମେଟିକ ଡେଭଲପମେଂଟ ବିଷୟରେ

ଆଲୋଚନା ହେବା ଉଚିତ। ଭାରତ ପାକିସ୍ତାନକୁ ଆନ୍ତର୍ଜାତୀୟ ମଞ୍ଚରେ ଏକାକୀ କରିପାରିଛି କି?

ଯଦି ନୁହେଁ, ତେବେ ଆଗାମୀ ରଣନୀତି କଣ ହେବ? ଏହି ସମସ୍ତ ବିଷୟରେ ସଂସଦର ଏକ ବିଶେଷ ଅଧିବେଶନ ଡାକାଯିବା ଦରକାର। ଏହି ଅଧିବେଶନରେ

ସଶସ୍ତ୍ର ବାହିନୀଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଜଣାଇବା ଏବଂ ସେମାନଙ୍କର ବୀରତାକୁ

ସଲାମ ଦେବା ଉଚିତ। ଏହା ସହିତ ଆଗାମୀ ଦିଗା ବିଷୟରେ ଚର୍ଚ୍ଚା କରାଯିବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande