ନୂଆଦିଲ୍ଲୀ, 3 ଜୁନ୍ (ହି.ସ.)- ଅପରେସନ୍ 'ସିନ୍ଦୂର' ସମୟରେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନର ସେହି ଠିକଣାଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲେ,
ଯାହା ବିଷୟରେ ଆକ୍ରମଣ ପରେ ଭାରତୀୟ ବାୟୁସେନା କିମ୍ବା
ଡିଜିଏମଓ କହିନାହାନ୍ତି ।
ପାକିସ୍ତାନ ୧୮ ମେରେ କିଛି
ଦେଶକୁ ଦିଆଯାଇଥିବା ଏକ ଡୋଜିଅର୍ରେ ଏହି କଥା ସ୍ୱୀକାର କରିଛି ଯେ, ଅପରେସନ୍ ସିନ୍ଦୂର୍ରେ ଭାରତୀୟ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଦ୍ୱାରା ପାକିସ୍ତାନର ଅଧିକ କ୍ଷତି ହୋଇଛି। ଏହି ଡୋଜିଅର୍ରେ ସ୍ପଷ୍ଟ ଭାବେ ଦେଖାଯାଇଛି ଯେ,
ଭାରତ ପେଶାୱାର, ଝଙ୍ଗ୍, ସିନ୍ଧର ହାଇଦ୍ରାବାଦ,
ପଞ୍ଜାବରେ ଗୁଜରାଁୱାଲା, ବାହାୱଲନଗର୍,
ଅଟାକ୍ ଓ ଚୋର୍ ଉପରେ ଆକ୍ରମଣ କରିଥିଲା।
ପାକିସ୍ତାନର ଏକ ଔପଚାରିକ
ଡୋଜିଅର୍ରୁ ଜଣାପଡ଼ିଛି ଯେ ଭାରତ କହିଥିବା ଲକ୍ଷ୍ୟ ତୁଳନାରୁ ଅତିକମରେ ସାତଟି ଅନ୍ୟ ଲକ୍ଷ୍ୟରେ
ଆକ୍ରମଣ କରିଥିଲା। ଡୋଜିଅର୍ର ନକ୍ସାରେ ପେଶାୱାର, ଝଙ୍ଗ, ସିନ୍ଧରେ ହାଇଦ୍ରାବାଦ,
ପଂଜାବର ଗୁଜରାଟ, ବାହାୱଲନଗର, ଅଟାକ ଓ ଚୋର ଉପରେ
ଆକ୍ରମଣ ଦେଖାଯାଇଛି। ଗତ ମାସରେ ହୋଇଥିବା ବିମାନ ଆକ୍ରମଣ ପରେ ଭାରତୀୟ ବାୟୁସେନା କିମ୍ବା
ସେନା ସଂଚାଳନ ମହାନିର୍ଦେଶକ ଏହି ସ୍ଥାନଗୁଡ଼ିକର ନାମ ଉଲ୍ଲେଖ କରିନଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା