ଭୋପାଳରେ ପହଂଚିଲେ ରାହୁଲ ଗାନ୍ଧି, ଗାଡି ରୋକି ନାରାବାଜି କଲେ କାର୍ଯ୍ୟକର୍ତ୍ତା
ଭୋପାଲ, 3 ଜୁନ୍ (ହି.ସ.)- କଂଗ୍ରେସ୍ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନିକିଆ ଗସ୍ତରେ ଭୋପାଳରେ ପହଞ୍ଚିଛନ୍ତି। ରାଜାଭୋଜ ବିମାନବନ୍ଦରରେ ରାଜ୍ୟ କଂଗ୍ରେସ୍ ଅଧ୍ୟକ୍ଷ ଜୀତୁ ପଟୱାରୀ, ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥ ଓ ଅନ୍ୟାନ୍ୟ ବରିଷ୍ଠ
ଭୋପାଳରେ ପହଂଚିଲେ ରାହୁଲ     ଗାନ୍ଧି, ଗାଡି ରୋକି ନାରାବାଜି କଲେ କାର୍ଯ୍ୟକର୍ତ୍ତା


ଭୋପାଲ, 3 ଜୁନ୍ (ହି.ସ.)- କଂଗ୍ରେସ୍ ନେତା

ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନିକିଆ ଗସ୍ତରେ ଭୋପାଳରେ ପହଞ୍ଚିଛନ୍ତି।

ରାଜାଭୋଜ ବିମାନବନ୍ଦରରେ ରାଜ୍ୟ କଂଗ୍ରେସ୍ ଅଧ୍ୟକ୍ଷ ଜୀତୁ ପଟୱାରୀ,

ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥ ଓ ଅନ୍ୟାନ୍ୟ ବରିଷ୍ଠ

ନେତାମାନେ ତାଙ୍କ ସ୍ୱାଗତ କରିଥିଲେ। ଏହା ପରେ ସେ ସିଧାସଳଖ ରାଜ୍ୟ କଂଗ୍ରେସ୍ କାର୍ଯ୍ୟାଳୟ ଯାଇଥିଲେ

, କିନ୍ତୁ ରାସ୍ତାରେ କିଛି

କାର୍ଯ୍ୟକର୍ତ୍ତା ତାଙ୍କ ଗାଡ଼ିକୁ ଅଟକାଇ ଜୋରଦାର ନାରାବାଜି କରିଥିଲେ। ପୁଲିସ୍ ତାଙ୍କୁ ହଟାଇ

ରାସ୍ତା ସଫା କରିଥିଲା, ଏହାପରେ ରାହୁଲଙ୍କ

ଗାଡ଼ି ଆଗକୁ ବଢ଼ିଥିଲା। ଏହି ଅବସରରେ ହୋଇଥିବା ଠେଲାପେଲାରେ କିଛି କାର୍ଯ୍ୟକର୍ତ୍ତା ରାସ୍ତାରେ

ପଡ଼ିଯାଇଥିଲେ । ଏହା ପରେ ରାହୁଲ ଗାନ୍ଧୀ କଂଗ୍ରେସ୍ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଇନ୍ଦିରା

ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ରାହୁଲ ଗାନ୍ଧୀ କଂଗ୍ରେସ୍

ମୁଖ୍ୟାଳୟରେ ଲଗାତର ତିନିଟି ବୈଠକ କରିବେ ଏବଂ ଏହା ପରେ ରବୀନ୍ଦ୍ର ଭବନ୍‌ରେ ଜିଲ୍ଲା ଅଧ୍ୟକ୍ଷ

ଓ ବ୍ଲକ୍ ଅଧ୍ୟକ୍ଷମାନଙ୍କ ଅଧିବେଶନକୁ ସମ୍ବୋଧନ କରିବେ। ସେ ସର୍ବପ୍ରଥମେ ରାଜ୍ୟ କଂଗ୍ରେସ୍

କାର୍ଯ୍ୟାଳୟରେ ରାଜନୈତିକ ମାମଲା ସମିତି ସହ ବୈଠକ ଆରମ୍ଭ କରିଥିଲେ। ଏହି ବୈଠକରେ ମଧ୍ୟପ୍ରଦେଶ

କଂଗ୍ରେସ୍‌ର ୬୪ ଜଣ ବିଧାୟକ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande