ଭୁବନ, ୩୦ ଜୁନ୍ (ହି.ସ.) - ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରୁ ଜଣେ ଅଧ୍ୟାପକ ଓ ୨ ଜଣ ଅଧ୍ୟାପିକା ଅନ୍ୟତ୍ର ବଦଳି ହୋଇ ଯିବା ଅବସରରେ କଲେଜ ତରଫରୁ ବିଦାୟୀ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଅଧ୍ୟକ୍ଷ କେଶବ ଚନ୍ଦ୍ର ରାଉତରାୟ ବିଦାୟୀ ଅଧ୍ୟାପକ ରସାୟନ ବିଭାଗ ମୁଖ୍ୟ ଡ଼ ସତ୍ୟନାରାୟଣ ଦାସ ,ଅର୍ଥନୀତି ଅଧ୍ୟାପିକା ସଂଘମିତ୍ରା ମିଶ୍ର ଓ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଭ୍ରଶିକ୍ଲା ଦାସଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ସହ ବିଦାୟୀ ଶୁଭେଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ,ସୁବାସ ଚନ୍ଦ୍ର ପତି ଙ୍କ ସମେତ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା, ଗ୍ରନ୍ଥାଗରିକ ନନ୍ଦ କିଶୋର ଧୀର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ