ଏକମ୍ବା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ୨୦୨୫ ପାଳିତ
ଜୟପୁର 30 ଜୁନ୍ (ହି.ସ.) ଜୟପୁର ବ୍ଲକ ଅନର୍ଗତ ଏକମ୍ବା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ୨୦୨୫ ପାଳିତ କରାଯାଇ ଥିଲା ।ଭାରତ ସରକାର ଓ ଶକ୍ତି ବିଭାଗ ଓସିଇଏସ୍ ଭୁବନେଶ୍ୱରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଓଡିଶାର ୧୧୦ ଟି ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତ
ଏକମ୍ବା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ୨୦୨୫ ପାଳିତ


ଜୟପୁର 30 ଜୁନ୍ (ହି.ସ.)

ଜୟପୁର ବ୍ଲକ ଅନର୍ଗତ ଏକମ୍ବା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ୨୦୨୫ ପାଳିତ କରାଯାଇ ଥିଲା ।ଭାରତ ସରକାର ଓ ଶକ୍ତି ବିଭାଗ ଓସିଇଏସ୍ ଭୁବନେଶ୍ୱରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଓଡିଶାର ୧୧୦ ଟି ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରିବା ପାଇଁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଥିଲେ । କୋରାପୁଟ ଜିଲ୍ଲାର କେବଳ ଦୁଇଟି ବିଦ୍ୟାଳୟକୁ ମନୋନୀତ କରିଥିଲେ ଏବଂ ସେଥି ମଧ୍ୟ୍ୟରୁ ଏକମ୍ବା ବିଦ୍ୟାଳୟ ଅନ୍ୟତମ ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବି. ନଳୀନ କୁମାର ଅଧ୍ୟକ୍ଷତା କରିଥିଲେ । କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ବିଦ୍ୟୁତ୍ ନିରୀକ୍ଷକ ଶକ୍ତି ବିଭାଗ, କୋରାପୁଟ ଶ୍ରୀଯୁକ୍ତ ନବୀନ ଖଡ଼ିଆ ଓ ସମ୍ମାନିତ ଅତିଥି ଭାବରେ ସହକାରୀ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ, କୋରାପୁଟ ର ଶ୍ରୀଯୁକ୍ତ ସନ୍ତୋଷ ନାୟକ ଯୋଗ ଦେଇ ଉକ୍ତ ସପ୍ତାହ ପାଳନର ମହତ୍ତ୍ୱ ବିସ୍ତୃତ ଭାବରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଦ୍ୟୁତ୍ ଜନିତ ଦୁର୍ଘଟଣାରୁ କେମିତି ନିଜକୁ ତଥା ଅନ୍ୟ ମାନଙ୍କୁ ରକ୍ଷା କରି ପାରିବା ତଥା ବିଦ୍ୟୁତ୍ ର କେମିତି ସଦୁପଯୋଗ କରି ପାରିବା, ସେ ବିଷୟରେ ଉକ୍ତ ସଭାରେ ଉପସ୍ଥିତ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷିକା, ଅଭିଭାବକ, SMDC ସଭ୍ୟସଭ୍ୟା ଓ ଆଲୁମିନୀମାନଙ୍କ ଦ୍ୱାରା ଶପଥ ପାଠ କରାଇ ଥିଲେ ।ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିଦ୍ୟୁତ୍ ବିଭାଗ ଟିପିଏସ ଓଡିଏଲ ସୁରକ୍ଷା ମୁଖ୍ୟ, ଜୟପୁର ଉପଖଣ୍ଡ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଓ ସମ୍ମାନିତ ଅତିଥି ଭାବରେ ପ୍ରୋଜେକ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ସୋମ୍ୟ ଲେଙ୍କା ଓ ସୁରକ୍ଷା ଯନ୍ତ୍ରୀ ଜ୍ଞାନ ରଞ୍ଜନ ରାଉତ ଯୋଗଦେଇ ପ୍ରୋଜେକ୍ଟ ମାଧ୍ୟ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତ୍ ବିଷୟରେ ଆଲୋଚନା କରିବା ସହିତ ଉକ୍ତ ବିଷୟରୁ ପ୍ରଶ୍ନ ପଚାରି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଉମାରାଣୀ ସାହୁ, ରାଜଲକ୍ଷ୍ମୀ ପ୍ରିୟା ସାମନ୍ତରାୟ,ବୃନ୍ଦାବତୀ ଖୋରା, ଶୁଭଙ୍କର ଦାଶ ଓ ମନୋଜ କୁମାର ମିଶ୍ର ମହୋଦୟମାନେ ଉପସ୍ଥିତ ରହି ବିଶେଷ ଭାବରେ ସହଯୋଗ କରିଥିଲେ ।ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande