ଦାରୁ ଦେବତା - ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ଅନୁଷ୍ଠିତ
ଜୟପୁର, ୩୦ ଜୁନ୍ (ହି.ସ.)- ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁରରେ ଦାରୁ ଦେବତା ପ୍ରଦର୍ଶନୀର ଚିତ୍ରଶିଳ୍ପୀ ମାନଙ୍କର ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାର
ଦାରୁ ଦେବତା - ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ଅନୁଷ୍ଟିତ


ଜୟପୁର, ୩୦ ଜୁନ୍ (ହି.ସ.)- ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁରରେ ଦାରୁ ଦେବତା ପ୍ରଦର୍ଶନୀର ଚିତ୍ରଶିଳ୍ପୀ ମାନଙ୍କର ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭାରତୀୟ ଜାତୀୟ କଳା ଓ ଐତିହ୍ୟ ଟ୍ରଷ୍ଟର କୋରାପୁଟ ଆବାହକ ପ୍ରଫୁଲ ଚନ୍ଦ୍ର ମହାପାତ୍ର, ପରେଶ ରଥ ଉପସ୍ଥିତ ରହି ପରିଚାଳନା କରିଥିଲେ । ପ୍ରଦର୍ଶନୀରେ ମୋଟ ୪୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା । ଚିତ୍ରଶିଳ୍ପୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଆଲୁମିନି ତଥା ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଜଗନ୍ନାଥଙ୍କ ଉପରେ ସୁନ୍ଦର କଳାକୃତି ଆଙ୍କିଥିଲେ । ଉକ୍ତ କାଯ୍ୟ କ୍ରମରେ ଆଲୁମିନି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଶ୍ରୀକାନ୍ତ ବାରିକ, ଦିପକ ଦାଶ, ପଦ୍ମୀନି ବେହେରା, ନିବେଦିତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର କର୍ମଚାରି କେ ସୁନିଲ କୁମାର, ସୁରେନ୍ଦ୍ର ବାଘ,ଶ୍ରୀ ଧର ରାଉତ ସହଯୋଗ କରିଥିଲେ । ଉପସ୍ଥିତ ଅତିଥି ମାନେ ଜଗନ୍ନାଥ ସଂସ୍କୃୁତି ଉପରେ ଆଲୋକପାତ କରିଥିଲେ । ସମସ୍ତ କଳାକୃତି କୁ ପ୍ରଶଂସା କରିଥିଲେ । ଶେଷରେ ପୁବ ଛାତ୍ର ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande