ବିଧାୟକଙ୍କୁ ଉଚିତ ସମ୍ମାନ ଦେଉ ନାହାନ୍ତି ସରକାରୀ ଅଧିକାରୀ
ଫୋନ ବି ଉଠାଇ ନାହାନ୍ତି କିଛି ଅଫିସର ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଧାନସଭା ସଦାଚାର କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କିଛି ସରକାରୀ ଅଧିକାରୀ ବିଧାୟକଙ୍କୁ ଉଚିତ ସମ୍ମାନ ଦେଉ ନଥିବା ଏବଂ ଫୋନ ମଧ୍ୟ ଉଠାଉନଥିବା ପ୍ରସଙ୍ଗ ଉଠିଥିବା ବେଳେ ଏ ନେଇ ବିସ୍ତୃ
ବିଧାୟକଙ୍କୁ ଉଚିତ ସମ୍ମାନ ଦେଉ ନାହାନ୍ତି ସରକାରୀ ଅଧିକାରୀ


ଫୋନ ବି ଉଠାଇ ନାହାନ୍ତି କିଛି ଅଫିସର

ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଧାନସଭା ସଦାଚାର କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କିଛି ସରକାରୀ ଅଧିକାରୀ ବିଧାୟକଙ୍କୁ ଉଚିତ ସମ୍ମାନ ଦେଉ ନଥିବା ଏବଂ ଫୋନ ମଧ୍ୟ ଉଠାଉନଥିବା ପ୍ରସଙ୍ଗ ଉଠିଥିବା ବେଳେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ବୈଠକରେ ସଚିବ ମାନେ ଯୋଗ ଦେବେ ଓ କିପରି ଅଧିକାରୀ ଓ ବିଧାୟକଙ୍କ ଭିତରେ ସମନ୍ୱୟ ରହିବ ସେ ନେଇ ଆଲୋଚନା ହେବ। ସେହିପରି ବିଧାୟକମାନେ ଜିଲ୍ଲାରେ କିମ୍ବା ନିଜ ଅଂଚଳରେ କରୁଥିବା ଜନ ଶୁଣାଣି ପରେ କେତେ ସମାଧାନ ହେଉଛି,କେତେ ହେଉନି ଓ କେଉଁ କାରଣପାଇଁ ସମାଧାନ ହେଉଁନି ତାହା ଏଣିକି ଲିଖିତଭବେ ଜଣାଇବେ ଅଧିକାରୀ। ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପନା କରାଯିବ ବୋଲି ସଦାଚାର କମିଟି ଅଧ୍ୟକ୍ଷ ସନାତନ ବିଜୁଳି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande