ବାଙ୍ଗାଲୁରୁ ମାଟିରେ ପଶ୍ଚିମ ଓଡିଶାବାସୀଙ୍କ ରଥଯାତ୍ରା
ବାଙ୍ଗାଲୁରୁ ମାଟିରେ ପଶ୍ଚିମ ଓଡିଶାବାସୀଙ୍କ ରଥଯାତ୍ରା
ବାଙ୍ଗାଲୁରୁ ମାଟିରେ ପଶ୍ଚିମ ଓଡିଶାବାସୀଙ୍କ ରଥଯାତ୍ରା


ବାଙ୍ଗାଲୁରୁ ମାଟିରେ ପଶ୍ଚିମ ଓଡିଶାବାସୀଙ୍କ ରଥଯାତ୍ରା


ବାଙ୍ଗାଲୁରୁ ମାଟିରେ ପଶ୍ଚିମ ଓଡିଶାବାସୀଙ୍କ ରଥଯାତ୍ରା


ସମ୍ବଲପୁର, ୩୦ ଜୁନ୍ (ହି.ସ.)

ବାଙ୍ଗାଲୁରୁର ହୀରା ନନ୍ଦାନୀ ହାଉସିଙ୍ଗ୍ ସୋସାଇଟିରେ ପ୍ରବାସୀ ପଶ୍ଚିମ ଓଡ଼ିଶାର ଓଡିଆ ମାନଙ୍କ ଉଦ୍ୟମରେ ରବିବାର ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହୀରା ନନ୍ଦାନୀ ଅଞ୍ଚଳରେ ରହୁଥିବା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଓ ବଲାଙ୍ଗୀର ଅଞ୍ଚଳର ଶହଶହ ମହିଳା ଓ ପୁରୁଷମାନେ ଏହି ଆଧ୍ୟାତ୍ମିକ ସମାରୋହରେ ସାମିଲ ହୋଇ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଏହି ଅବସର ରେ ୫୦ ଟି ବିଭିନ୍ନ ଷ୍ଟଲ୍ ଖୋଲିଛି । ରଥଯାତ୍ରା ଅବସରରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଆଧ୍ଯାତ୍ମିକ ଭଜନ ପରିବେଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । କମିଟିର ଆବାହକ ସମ୍ରାଟ୍ ରାୟ ପମୁଖ ଙ୍କ ଦ୍ୱାରା ସମ୍ବଲପୁରର ଉଦୟୀମାନ କେନ୍‌ଡିଡ୍ ଫଟୋଗ୍ରାଫର ମୌସୁମ ପଟ୍ଟନାୟକ ରଥଯାତ୍ରାର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ । ଏକ ନିଆରା ଢଙ୍ଗ ତଥା ଶୈଳୀରେ ଚଳିତ ବର୍ଷ ରଥ ନିର୍ମିତ ଓ ସଜ୍ଜିତ ହୋଇଥିଲା । ଏହି ସମାବେଶରେ ବିଭିନ୍ନ ଅଞ୍ଚଳରେ ରହୁଥିବା ଶତାଧିକ ଓଡିଆ ପରିବାର ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande