ଜୟପୁର, ୩୦ ଜୁନ୍ (ହି.ସ.)- ଜୟପୁର ରଥଯାତ୍ରାରେ ବାଙ୍କମଠ ଗୁଣ୍ଡିଚା ମନ୍ଦିର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆଜି ସଂନ୍ଧ୍ୟାରେ ବରାହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଦେବୋତ୍ତର ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯିବା ସହ କ୍ଷିରି, ଖେଚୁଡି, କାକରା, ଭଜା ତରକାରି ଆଦି ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇ ସ୍ୱତନ୍ତ୍ର ପୁଜା କରାଯାଇଥିଲା । ସଂନ୍ଧ୍ୟାରେ ପ୍ରଭୁଙ୍କ ଅବତାର ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ନିକଟରେ ସାଂସ୍କୃୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଜନ, ନାଚ ଗୀତରେ ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା । ସ୍ଥାନିୟ ଜନସାଧାରଣ ଏହାକୁ ଉପଭୋଗ କରିଥିବା ଲକ୍ଷ୍ୟ କରାଯାଇଛି । ପୋଲିସ ତରଫରୁ ଅସ୍ଥାୟୀ କଣ୍ଟୋଲ ରୁମ କରାଯିବା ସହ ଟ୍ରାଫିକ ମଧ୍ୟ ନିୟନ୍ତ୍ରଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି