ଲଗାଣ ବର୍ଷାରେ ଭାଲୁକିପାତଳା ବାସୀ ହନ୍ତସନ୍ତ
କେନ୍ଦୁଝର, 30 ଜୁନ୍ (ହି.ସ.) ଲଗାଣ ବର୍ଷାରେ କେନ୍ଦୁଝର ସହରର ହାଲ୍ ବେହାଲ୍ ହୋଇଛି । ବିଶେଷ କରି କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ଭାଲୁକିପାତଳାରେ ଲଗାଣ ବର୍ଷା ହେବା ଫଳରେ ରାସ୍ତାରେ ପାଣି ଜମି ରହୁଛି । ଫଳରେ ଲୋକଙ୍କର ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ୁଛି । ବିଶେଷ କରି ପିଲାଙ୍କର
ଲଗାଣ ବର୍ଷାରେ ଭାଲୁକିପାତଳା ବାସୀ ହନ୍ତସନ୍ତ


କେନ୍ଦୁଝର, 30 ଜୁନ୍ (ହି.ସ.) ଲଗାଣ ବର୍ଷାରେ କେନ୍ଦୁଝର ସହରର ହାଲ୍ ବେହାଲ୍ ହୋଇଛି । ବିଶେଷ କରି କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ଭାଲୁକିପାତଳାରେ ଲଗାଣ ବର୍ଷା ହେବା ଫଳରେ ରାସ୍ତାରେ ପାଣି ଜମି ରହୁଛି । ଫଳରେ ଲୋକଙ୍କର ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ୁଛି । ବିଶେଷ କରି ପିଲାଙ୍କର ସ୍କୁଲ୍ ଯିବାରେ ସମସ୍ୟା ଉପୁଜୁଛି । ରାସ୍ତାରେ ପାଣି ଜମିବା କାରଣରୁ ଲୋକେ ଗର୍ତ୍ତ ଜାଣି ନପାରି ଯାନବାହାନ ଚଲାଇବାରେ ସମସ୍ୟା ଭୋଗ କରୁଛନ୍ତି । ଦୀର୍ଘ ବର୍ଷ ହେବ ଏନେଇ ଅଧିକାରୀଙ୍କୁ ଅବଗତ କରି କୌଣସି ଫଳ ହେଉ ନଥିବା ଅଭିଯୋଗ କରିଛନ୍ତି ଲୋକେ । ଏଠାରେ ୨୦୦ରୁ ଉର୍ଦ୍ଧ୍ବ ପରିବାର ବର୍ଷାଦିନେ ହଇରାଣ ହେଉଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande