ମାନସିକ ସ୍ୱାସ୍ଥ୍ୟର ଗୋଷ୍ଠିଗତ ପରିଚାଳନା ସମ୍ପର୍କିତ ବ୍ଲକ୍‌ସ୍ତରୀୟ କର୍ମଶାଳା
Block Level workshop regarding mental health
ଫୋଟ


କନ୍ଧମାଳ, ୩୦ ଜୁନ୍‌(ହି.ସ.) – ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପରେ ରହିଲେ ତାହା ମାନସିକ ଅସୁସ୍ଥତା ଆଡକୁ ଗତି କରିଥାଏ। ଏହାର ସଠିକ୍ ପରିଚାଳନା କରିବାକୁ ହେଲେ ଚାପରେ ରହୁଥିବା ସମୟରେ ବ୍ୟବହାର ରେ ସକରାତ୍ମକ ଚିନ୍ତା ଆଣିବାକୁ ହେବ। ଏହିପରିପ୍ରେକ୍ଷି ରେ ବେସିକ୍ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଓ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲାର ଦୁଇଟି ଯଥା- ଟିକାବାଲି ଓ କ. ନୁଆଗାଁ ବ୍ଲକ ର ୧୬ ଗୋଟି ପଂଚାୟତ ରେ ମାନସିକ ରୋଗି ଙ୍କୁ ଚିହ୍ନଟିକରଣ , ସେମାନଙ୍କ ର ଚିକିତ୍ସା ଓ ସ୍ଥାୟୀ ଜିବନଜିବିକା ନିମନ୍ତେ ଗୋଷ୍ଠିସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ବିକାଶ-ଉଗଐଊ କାର୍ଯ୍ୟକ୍ରମ ଜାନୁଆରୀ ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଆସୁଛି। ଏହାର ସୁଫଳ ପାଇଁ ଆଜି ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ସମ୍ମିଳନୀ କକ୍ଷଠାରେ ଏକ ଦିନିକିଆ ବ୍ଲକ୍‌ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନୁଷ୍ୟ ଅଧିକ ଚାପରେ ରହି ମାନସିକ ଭାରାକ୍ରାନ୍ତ ହେବା ଫଳରେ ଧିରେ ଧିରେ ମାନସିକ ରୋଗ ରେ ଆକ୍ରାନ୍ତ ହୋଇଥାଏ ଏବଂ ତାର ବ୍ୟବହାରରେ ପରିବର୍ତନ ହେବା ସହିତ ବିଭିନ୍ନ ନକରାତ୍ମକ କାର୍ଯ୍ୟ କରିବସେ। ଏଣୁ ମନୁଷ୍ୟ ସଦାସର୍ବଦା ଆନନ୍ଦରେ ରହି ଏଥିରୁ ମୁକୁଳି ପାରିବ ବୋଲି କହିଥିଲେ। ତତ୍ ସହିତ ସମ୍ମାନିତ ଅତିଥି ଭାବେ ଟିକାବାଲି ବ୍ଲକ୍ ଅଧକ୍ଷ ଦିଲ୍ଲିପ କୁମାର ପ୍ରଧାନ ଯୋଗଦେଇ ମଣିଷ ନିଜର ଚାପ କୁ ବିଭିନ୍ନ ଉପାୟରେ ନିୟନ୍ତ୍ରଣ କରିପାରିଲେ ନିଶ୍ଚିତ ମାନସିକ ଅସୁସ୍ଥତା ରୁ ରକ୍ଷା ପାଇପାରିବା ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଯୋତିରଞନ ଜେନା ଊପସ୍ଥିତ ରହି ମାନସିକ ଅସୁସ୍ଥତାର ପ୍ରକାର ଓ ଲକ୍ଷଣ ଏବଂ ଏହା କିପରି ମନୁଷ୍ୟକୁ ଆକ୍ରନ୍ତ କରେ ତାହା ବୁଝାଇବା ସହିତ ପୁର୍ବ ସମୟର ମଣିଷର ଦୈନନ୍ଦିନ ବ୍ୟବହାର ଆଜି କିପରି ପରିବର୍ତନ ହୋଇ ବିପଦକୁ ନିମତ୍ରଣ କରିଛି ତାହା ସେ ଉଦାହରଣ ମାଧ୍ୟମରେ ଉପସ୍ଥାପନା କରିଥିଲେ। ତତ୍ସହିତ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ଓ ପୂର୍ବାବସ୍ଥାକୁ ଫେରିବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କର ମୂଖ୍ୟ ଭୂମିକା ରହିଛି ବୋଲି ମଧ୍ୟ ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ। ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଆଜିର ସମାଜ ରେ କିପରି ମାନସିକ ଅସୁସ୍ଥତାଙ୍କ ସଂଖ୍ୟା ବଢୁଛି ଏବଂ ଏବେ ଠାରୁ ସତର୍କ ନହେଲେ ଆଗାମି ଦିନରେ ଏହା ଭୟାନକ ରୁପ ନେବ ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ସମସ୍ତେ ଏପ୍ରତି ସତର୍କ ହେବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରକଳ୍ପର ସଂଯୋଜକ ଗିରିଶ ଚନ୍ଦ୍ର ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଆଲୋକ ସାମନ୍ତରାୟ ୦୬ ମାସ ମଧ୍ୟରେ ହୋଇଥିବା ପ୍ରଗତିକୁ ଏକ ପାଓାର ପଏଂଟ ଉପସ୍ଥାପନା ମାଧ୍ୟମରେ ଅବଗତି କରାଇଥିଲେ। ଶେଷରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଗୋଷ୍ଠି ଭିତିକ ପରିଚାଳନା ପାଇଁ ଆବଶ୍ୟକିୟ ପଦକ୍ଷେପଗୁଡ଼ିକୁ ତାଲିକା ଭୁକ୍ତ କରିବାକୁ ଚାରିଗୋଟି ଦଳଗତ ଆଲୋଚନା ମାଧ୍ୟମରେ ପ୍ରୟାସ କରାଯାଇଥିଲା। କର୍ମଶାଳାରେ ୭୦ ରୁ ଅଧିକ ସ୍ଥାନୀୟ ଅଶା ଓ ଅଙ୍ଗନବାଡି କର୍ମୀ, ସି.ଏଚ୍‌.ଓ, ଏ.ଏନ୍‌.ଏମ୍‌., ସରପଂଚ, ଏମ୍ବିକେ ଓ ଗୋଷ୍ଠି ସହାୟକ-ସହାୟିକା ମାନେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ବରିଷ୍ଠ କର୍ମୀ ବିସ୍ୱରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande