ସିଟି ବସ ଧକ୍କାରେ ସ୍କୁଟର ଆରୋହୀ ମୃତ
କେନ୍ଦ୍ରାପଡ଼ା, ୩୦ ଜୁନ୍‌(ହି.ସ.) – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତାର ରାମଚନ୍ଦ୍ରପୁର ଛକ ନିକଟରେ ଏକ ବସ ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମର ନାମ ଉଲମ ସାହୁ। ଖବର ନ
ସିଟି ବସ ଧକ୍କାରେ ସ୍କୁଟର ଆରୋହୀ ମୃତ


କେନ୍ଦ୍ରାପଡ଼ା, ୩୦ ଜୁନ୍‌(ହି.ସ.) – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତାର ରାମଚନ୍ଦ୍ରପୁର ଛକ ନିକଟରେ ଏକ ବସ ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମର ନାମ ଉଲମ ସାହୁ। ଖବର ନେବାରୁ ଜଣାପଡିଛି ଯେ ଉଲମ ରାମ ଚନ୍ଦ୍ରପୁର ଠାରେ ଏକ ତେଜେରାତି ଦୋକାନ କରି ପରିବାର ପୋଷଣ କରନ୍ତି । ସେ ବାରିମୂଳକୁ କୌଣସି କାର୍ଯ୍ୟରେ ଯାଇଥିଲେ। ଦିନ ପ୍ରାୟ ୨ଟା ରେ ନିଜ ଘରକୁ ଏକ ସ୍କୁଟର ଯୋଗେ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଏକ ସରକାରୀ ସିଟି ବସ ଧକ୍କା ଦେଇଥିଲା। ଫଳରେ ଉତ୍ତମଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। କିନ୍ତୁ ସେ ବଂଚିଥିବା ଭାବି ସ୍ଥାନୀୟ ଲୋକେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନା ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ଜୀବନ ଦ୍ୱୀପ ଲିଭି ଯାଇଥିଲା। ଫଳରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସରକାରୀ ସିଟି ବସ ଚାଳକ ବେପରୁଆ ଭାବେ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସଦରଥାନା ପୁଲିସ ବସ ଓ ସ୍କୁଟିକୁ ସଦରଥାନକୁ ନେଇ ଏକ ମାମଲା ଋଜୁ କରି ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande