ବନବିଭାଗ ଦ୍ୱାରା ଚାରା ବିତରଣ କେନ୍ଦ୍ର ଉଦଘାଟିତ
ଚମ୍ପୁଆ, ୩୦ ଜୁନ୍ (ହି.ସ.) - ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଚମ୍ପୁଆ ବନ ବିଭାଗ ତରଫରୁ ଆଜି ଏକ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ତରଫରୁ ଚମ୍ପୁଆ ବନ ବିଭାଗ ଆନୁକୁଲ୍ୟରେ ଏହି ଚାରା ବିତରଣ କେନ୍ଦ୍ର ଖୋଲା ଯାଇଛି।
ବନବିଭାଗ ଦ୍ୱାରା ଚାରା ବିତରଣ କେନ୍ଦ୍ର ଉଦଘାଟିତ


ଚମ୍ପୁଆ, ୩୦ ଜୁନ୍ (ହି.ସ.) - ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଚମ୍ପୁଆ ବନ ବିଭାଗ ତରଫରୁ ଆଜି ଏକ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ତରଫରୁ ଚମ୍ପୁଆ ବନ ବିଭାଗ ଆନୁକୁଲ୍ୟରେ ଏହି ଚାରା ବିତରଣ କେନ୍ଦ୍ର ଖୋଲା ଯାଇଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏହି ଚାରା ବିତରଣ କେନ୍ଦ୍ରରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ କେବଳ ଏକ ଟଙ୍କା ମୂଲ୍ୟରେ ବିଭିନ୍ନ ଗଛର ଚାରା ଯୋଗାଇ ଦେବା ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଫିତା କାଟି ଚାରା ବିତରଣ କେନ୍ଦ୍ରର ଉଦଘାଟନ କରିଥିଲେ । ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ବୃକ୍ଷରୋପଣ କରିବା ନିମନ୍ତେ ସେ ନିବେଦନ କରିଥଲେ। ଏହି କେନ୍ଦ୍ରରେ ଆମ୍ବ, ପଣସ, ପିଜୁଳି, ଅଶୋକ, ବଉଳ, ବେଲ, ହରିଡା, ବାହାଡ଼ା, ବର, ଅଶ୍ୱସ୍ଥ ଆଦି ଗଛର ଚାରା ଉପଲବ୍ଧ ରହିଛି । କାର୍ଯ୍ୟକ୍ରମରେ ରେଞ୍ଜର ଅକ୍ଷୟ ଛତ୍ରୀଆ, ବନପାଳ ଜ୍ୟୋତିରୂପା ପାଣି, ପ୍ରକୃତିପ୍ରେମୀ ଧରଣୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଟିକୁ ବନରକ୍ଷୀ ନିରୂପମା ମହାକୁଡ଼ ପରିଚାଳନା କରିଥିଲେ। ଚମ୍ପୁଆ ବନ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande