ଜୟପୁର, ୩୦ ଜୁନ୍ (ହି.ସ.)- ବନ୍ଦ ହେଲା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ମନ୍ଦିରରେ ଦର୍ଶନ ଟିକେଟ୍ ବ୍ୟବସ୍ଥା l ବନ୍ଦ କରିବା ପାଇଁ ବାରମ୍ବାର ଭକ୍ତ ଓ ବିଭିନ୍ନ ସଂଗଠନ ଦାବି କରୁଥିଲେ, ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣିରେ ମଧ୍ୟ ଟିକେଟ ବ୍ୟବସ୍ଥା ଉଛେଦ କରିବାକୁ ଦାବି କରାଯାଇଥିଲା I ଦାବିକୁ ଗୁରୁତ୍ଵର ସହ ନେଇ ବନ୍ଦ କରାଯାଇ ଥିବା ବିଷୟ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗୁପ୍ତେଶ୍ଵର ମନ୍ଦିରରେ ଦର୍ଶନ ପାଇଁ ଟିକେଟ ଟେଣ୍ଡର ବ୍ୟବସ୍ଥା କରାଯାଇଥିଲା l ଏହି ଟେଣ୍ଡର ଚଳିତ ବର୍ଷ ଜୁନ ୨୪ ତାରିଖ ପର୍ଯ୍ୟନ୍ତ ଅବଧି ଶେଷ ଥିବାବେଳେ ଆଉ ଟେଣ୍ଡର ଡ଼କାଯାଇନାହିଁ ବୋଲି ଦେବୋତ୍ତର ବିଭଗ ପକ୍ଷରୁ ସୂଚନା ରହିଛି l ସୂଚନା ଥାଉକି, ଗୁପ୍ତେଶ୍ୱର ପୀଠ ମୁଖ୍ୟ ପ୍ରବେଶ ଦ୍ୱରରେ ବିନା ଟିକଟରେ ଠାକୁର ଦର୍ଶନ ହୋଇପାରୁନଥିଲା l ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସି ଗୁପ୍ତେଶ୍ୱରଙ୍କ ଦର୍ଶନ କରୁଛନ୍ତି l ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଏପରି ପ୍ରବେଶ ଟିକଟର ବ୍ୟବସ୍ଥା ନଥିବାବେଳେ କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ଯୁଷିତ ଅଂଚଳ ଗୁପ୍ତେଶ୍ଵର ମନ୍ଦିରରେ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥାକୁ ବିରୋଧ ହୋଇଆସୁଥିଲା l ପୂର୍ବରୁ ବହୁବାର ବିଭିନ୍ନ ସ୍ଵେଛାସେବୀ ସଂଗଠନ, ହିନ୍ଦୁ ସଂଗଠନ ଏବଂ କିଛି ବୁଦ୍ଧିଜୀବୀ ଗୁପ୍ତେଶ୍ଵର ମନ୍ଦିରରେ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥାକୁ ବିରୋଧ କରି ଆସୁଥିଲେ ଏବଂ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ l ଜନ ସାଧାରଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ଦର୍ଶନ ଟିକେଟ୍ ବ୍ୟବସ୍ଥା ବନ୍ଦ କରାଯାଇଛି ଓ ଟେଣ୍ଡର କରାଯାଇ ନାହିଁ I ଦେବୋତ୍ତର ବିଭାଗ ତରଫରୁ କମିଶନରଙ୍କୁ ଅବଗତି କରାଯିବ I ଏନେଇ ଜିଲ୍ଲା ପ୍ରଶାସନଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି I
ହିନ୍ଦୁସ୍ଥାନ ସମାଚାର / ପିକେପି