ଦେଶି ମଦ ଚାଲାଣ ବେଳେ ଚଢଉ, ଜଣେ ଗିରଫ
ଜୟପୁର, ୩୦ ଜୁନ୍ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ତରଗେଇ ଗ୍ରାମର ସୁନାଧର କମାର (୫୦) । ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ତରଗେଇ ଗ୍ରାମ ରାସ୍ତାରେ ଚଢଉ କରି
ଦେଶି ମଦ ଚାଲାଣ ବେଲେ ଚଢାଉ, ଜଣେ ଗିରଫ


ଜୟପୁର, ୩୦ ଜୁନ୍ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ତରଗେଇ ଗ୍ରାମର ସୁନାଧର କମାର (୫୦) । ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ତରଗେଇ ଗ୍ରାମ ରାସ୍ତାରେ ଚଢଉ କରି ୯.୨ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande