ଚାକିରୀରୁ ଅବସରନେଲେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା
ବଲାଙ୍ଗୀର, ୩୦ ଜୁନ୍‌(ହି.ସ.) – ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାଠାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିର୍ମତ ରଣାଙ୍କ ସଭାପତିତ୍ୱରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଅତିଥି ପରିଚୟ ପ୍ରଦାନ ସ
ଚାକିରୀରୁ ଅବସରନେଲେ  ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀଣ ନାରାୟଣ ପଣ୍ଡା


ଚାକିରୀରୁ ଅବସରନେଲେ  ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀଣ ନାରାୟଣ ପଣ୍ଡା


ଚାକିରୀରୁ ଅବସରନେଲେ  ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀଣ ନାରାୟଣ ପଣ୍ଡା


ଚାକିରୀରୁ ଅବସରନେଲେ  ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀଣ ନାରାୟଣ ପଣ୍ଡା


ଚାକିରୀରୁ ଅବସରନେଲେ  ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀଣ ନାରାୟଣ ପଣ୍ଡା


ବଲାଙ୍ଗୀର, ୩୦ ଜୁନ୍‌(ହି.ସ.) – ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାଠାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିର୍ମତ ରଣାଙ୍କ ସଭାପତିତ୍ୱରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ଲକ୍ଷ୍ୟ ତଥା ଶ୍ରୀ ପଣ୍ଡାଙ୍କ ଶିକ୍ଷକତା ଜୀବନର ସୁଗୁଣାବଳୀ ବିଷୟରେ ଆଲୋକପାତ କରିଥିଲେ। କମିଟିର ସଭ୍ୟ ରାଧେଶ୍ୟାମ ଗୁରୁ, ମୋହନ ପଧାନ, ବୃନ୍ଦାବନ ନାଏକ ତଥା ଅଜିତ ଗୁରୁ, ଝସଯେତନ ଗୁରୁ, ସମ୍ବିତ ଗୁରୁ, ଫଟକରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ରମଣୀ କର୍ମୀ, ରୋହିତ ରଣା, ବିରୁପାକ୍ଷ ଅମାତ, କ୍ଷୀରୋଦ୍ର ପଧାନ, ଆଶିଷ ସାହୁ, ଗଜିନ୍ଦ୍ର ନାଏକ ତଥା ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯଥା ନୀଳାଚଳ ନନ୍ଦ, ଶ୍ରୀମାସୂତା ମଲ୍ଲିକ, ଅପର୍ଣ୍ଣା ପଟେଲ, ମଞ୍ଜୁଶ୍ରୀ ସୁନା ନିଜ ନିଜ ବକ୍ତବ୍ୟରେ ଶ୍ରୀ ପଣ୍ଡାଙ୍କ ବିଦ୍ୟାଳୟ ପ୍ରତି ଅବଦାନ, ସମୟାନୁବର୍ତିତା ବିଷୟରେ ଅନୁଭୂତି ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷା କର୍ମଚାରୀ, କମିଟିର ସଦସ୍ୟ ସଦସ୍ୟା ଫୁଲତୋଡ଼ା, ଉତରୀୟ, ମାନପତ୍ର ଆଦି ଅନ୍ୟାନ୍ୟ ସାମଗ୍ରୀ ଉପହାର ଦେଇଥିଲେ। ଚତୁର୍ଥ ଶ୍ରେଣୀ କର୍ମଚାରୀ ପବିତ୍ର ମୋହନ ପଧାନ ଓ ହରିବୋଲ ପଧାନ, ମୋ ସ୍କୁଲ ଅଭିଯାନ କମିଟିର ସମସ୍ତ ସଭ୍ୟ ତଥା ଅନ୍ୟମାନେ ସହଯୋଗ କରିଥିଲେ। ସଭା ଶେଷରେ ଶିକ୍ଷୟତ୍ରୀ ଅପର୍ଣ୍ଣା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande