କେନ୍ଦୁଝର, 30 ଜୁନ୍ (ହି.ସ.) କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତ ଗୋପାଳପୁର ଗାଁ ପୋଲ ଉପରେ ତିନି ଫୁଟର ପାଣି ଚାଲୁଛି। ଲଗାଣ ବର୍ଷା ଯୋଗୁ ବୁଢ଼ୀ ନଦୀରେ ପାଣି ବଢିବା ଫଳରେ ପୋଲ ଉପରେ ଆଜି ସକାଳୁ ତିନି ଫୁଟର ପାଣି ଦେଖିବାକୁ ମିଳିଛି। ଯାହାଫଳରେ ଯାତାୟାତ ଠପ ହୋଇଯାଇଛି। ଏହି ରାସ୍ତା ଦେଇ ବରଡ଼ି ସାହି, କାଣ୍ଡସରା, ନାଏକ ସାହି, ଜିଆନି ସାହି ର ଲୋକେ ନିର୍ଭର କରିଥାନ୍ତି। ଏହି ରାସ୍ତା ଗୋପାଳପୁର ଠାରୁ ବସନ୍ତପୁରକୁ ସଂଯୋଗ କରିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA