ନଗର ମଣ୍ଡଳ ବିଜେପି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
କେନ୍ଦୁଝର, ୩୦ ଜୁନ୍ (ହି.ସ.)- ଆଜି ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ନଗର ମଣ୍ଡଳ ବିଜେପି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ଗଛ ଲଗା କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ ପୌରପାଳିକା ଅଧ
Ma pain gacha


କେନ୍ଦୁଝର, ୩୦ ଜୁନ୍ (ହି.ସ.)- ଆଜି ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ନଗର ମଣ୍ଡଳ ବିଜେପି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ଗଛ ଲଗା କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଯୋଗଦେଇ ଗଛ ଲଗାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ବରିଷ୍ଠ ବିଜେପି ନେତା ଦିଲ୍ଲିପ ପଣ୍ଡା, ନଗର ସମ୍ପାଦକ ଦୁର୍ଗା ବାରିକ, ଯୁବ ନେତା ପ୍ରିୟବ୍ରତ ଜେନାଙ୍କ ସହ ବହୁ ବିଜେପି ନେତା ଯୋଗଦେଇ ଶତାଧିକ ଗଛ ଲଗାଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande