ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ବିଏସଏଫ୍ ଓ ଏସଓଜି ଯବାନଙ୍କ ପାଇଁ ମ୍ୟାଲେରିଆ ମୁଣ୍ଡବିନ୍ଧାର କାରଣ ପାଲଟିଛି
ମାଲକାନଗିରି, ୩୦ଜୁନ୍ (ହି.ସ.)ଯବାନଙ୍କୁ ନାକେଦମ କଲାଣି ମ୍ୟାଲେରିଆ । ମନରେ ଦମ୍ଭ ଧରି ଅପରେସନରେ ଯାଉଥିବା ଯବାନ ଜଙ୍ଗଲରୁ ଫେରିବା ପରେ ସିଧା ମେଡିକାଲ ମୁହାଁ ହେଉଛନ୍ତି । କାରଣ ଘଞ୍ଚ ଜଙ୍ଗଲରେ କେବଳ ମାଓବାଦୀଙ୍କ ସହ ନୁହେଁ ମଶାଙ୍କ ସହ ମଧ୍ୟ ରୀତିମତ ଚାଲିଛି ଯବାନଙ୍କ ଲଢ଼େଇ । ମାଲକାନଗିରିରେ ତାଉ ଦ
ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ବିଏସଏଫ୍ ଓ ଏସଓଜି ଯବାନଙ୍କ ପାଇଁ ମ୍ୟାଲେରିଆ ମୁଣ୍ଡବିନ୍ଧାର କାରଣ ପାଲଟିଛି


ମାଲକାନଗିରି, ୩୦ଜୁନ୍ (ହି.ସ.)ଯବାନଙ୍କୁ ନାକେଦମ କଲାଣି ମ୍ୟାଲେରିଆ । ମନରେ ଦମ୍ଭ ଧରି ଅପରେସନରେ ଯାଉଥିବା ଯବାନ ଜଙ୍ଗଲରୁ ଫେରିବା ପରେ ସିଧା ମେଡିକାଲ ମୁହାଁ ହେଉଛନ୍ତି । କାରଣ ଘଞ୍ଚ ଜଙ୍ଗଲରେ କେବଳ ମାଓବାଦୀଙ୍କ ସହ ନୁହେଁ ମଶାଙ୍କ ସହ ମଧ୍ୟ ରୀତିମତ ଚାଲିଛି ଯବାନଙ୍କ ଲଢ଼େଇ । ମାଲକାନଗିରିରେ ତାଉ ଦେଖାଉଛି ମ୍ୟାଲେରିଆ। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମଶାଙ୍କ କୋପରୁ ବର୍ତ୍ତିନାହାନ୍ତି ସାହସୀ ଯବାନ ।ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ବିଏସଏଫ୍ ଓ ଏସଓଜି ଯବାନଙ୍କ ପାଇଁ ମ୍ୟାଲେରିଆ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନିୟମିତ ଭାବେ ମ୍ୟାଲେରିଆରେ ପୀଡ଼ିତ ହେଉଛନ୍ତି ଯବାନ । ଗତ ଜାନୁଆରିରୁ ବିଭିନ୍ନ ବିଏସ୍‌ଏଫ୍‌ କ୍ୟାମ୍ପରୁ ୬୦ ମ୍ୟାଲେରିଆ ଆକ୍ରାନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି । ଏବେ ବିଭିନ୍ନ ବାଟାଲିୟନରେ ୧୦ ଜଣ ଯବାନ ମ୍ୟାଲେରିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି । ଜଣେ ଏସଓଜି ଯବାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯବାନଙ୍କ ପାଇଁ ଘଞ୍ଚ ଜଙ୍ଗଲ ଭିତରେ ଶତ୍ରୁଙ୍କ ସହ ଲଢ଼ିବା ଯେତିକି ଚ୍ୟାଲେଞ୍ଜିଂ, ତାହା ଠାରୁ ଅଧିକ କଷ୍ଟକର ମଶାଙ୍କ ଠାରୁ ନିଜକୁ ବଞ୍ଚାଇବା ।

ମ୍ୟାଲେରିଆର ହଟ୍‌ସ୍ପଟ୍‌ ପାଲଟିଛି ତୁଳସୀ ପାହାଡ଼ । ସ୍ୱାଭିମାନ ଅଞ୍ଚଳରେ ବି ଯବାନ ଆକ୍ରାନ୍ତ । ଛତିଶଗଡ଼ ଓଡ଼ିଶା ସୀମାବର୍ତ୍ତୀ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ବିଏସଏଫ୍ କ୍ୟାମ୍ପର ଯବାନ ଲଗାତାର ଭାବେ ମାଓ ଦମନ ଅଭିଯାନ ଜାରି ରଖିଛନ୍ତି । ଏକାଧିକ ଦିନ ଜଙ୍ଗଲ ଭିତରେ ରହି ମାଓବାଦୀଙ୍କ ମୁକାବିଲା କରୁଛନ୍ତି । କିନ୍ତୁ ଜଙ୍ଗଲରୁ ଜୋଶ୍‌ରେ ଫେରିଥିବା ଯବାନଙ୍କ ମନୋବଳ ଭାଙ୍ଗୁଛି ମ୍ୟାଲେରିଆ । ଅପରେସନରୁ ଫେରୁଥିବା ବିଏସଏଫ୍ ଏବଂ ଏସଓଜି ଯବାନ ଜ୍ବରରେ ପଡୁଛନ୍ତି । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ, ଗୁରାସେତୁ, ଘନବେଡ଼ା, ଯୋଡ଼ାମ୍ବ କ୍ୟାମ୍ପରେ ଅଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ମାଲକାନଗିରି ଜିଲ୍ଲାରେ ଅଢ଼େଇ ଗୁଣ ଅଧିକ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଯାହା ଯବାନଙ୍କ ଜୋସକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande