ବଲାଙ୍ଗିର, 30 ଜୁନ୍ (ହି.ସ.)
କଣ୍ଟାବାଞ୍ଜି କୂଅ ଭିତରୁ ଜବତ ହୋଇଥିବା କୁଞ୍ଜ ମାଝୀ ମୃତ ଦେହ ମୃତ୍ତ୍ୟୁ ମାମଲା ଖୋଲ ତାଡ଼ କରି କଣ୍ଟାବାଞ୍ଜି ପୋଲିସ ଏହି ହତ୍ୟା କାଣ୍ଡ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମନେ ହେଲେ ସତ୍ୟ ନାଗ (୨୦) ଓ ଶଙ୍କର ଖର୍ସେଲ (୨୯) ସେମାନଙ୍କୁ ଅନି କୋର୍ଟ ଚାଲାଣ କରାଯାଇଛି। ଦୁଇବର୍ଷ ହେଲା ସତ୍ୟ ଜଣେ ଝିଅ ସହିତ ପ୍ରେମ ସଂପର୍କରେ ଥିଲା ସେ ସତ୍ୟ ର ମୋବାଇଲ ବ୍ୟବହାର କରି ଝିଅ ସହିତ କଥା ହେଉଥିଲା। ଝିଅ ସହିତ କୁଞ୍ଜ କଥାବାର୍ତ୍ତା କରିବାରୁ ସତ୍ୟ ସହି ନପାରି କୁଞ୍ଜ କୁ ହତ୍ୟା କରିବାକୁ ଯୋଜନା କରିଥିଲା।୨୦ ତାରିଖ ରାତିରେ କୁଞ୍ଜକୁ ଘରୁ ଡ଼ାକିନେଇ ଗ୍ରାମର ଏକ ଧାନ କ୍ଷେତରେ ଶଙ୍କର ସହିତ ମିଶି ଲୁହା ପାଇପ ରେ ମାଡ଼ ଦେବାରୁ ସେ ସେଠାର ମାରିଯାଇ ଥିଲା। କୁଞ୍ଜର ମୃତ୍ୟୁ ପରେ ତାକୁ ଏକ ଆଖା ମୁଣି ରେ ଭରି କଣ୍ଟାବାଞ୍ଜି ସିମେଣ୍ଟ ଫ୍ୟାକ୍ଟ୍ରି ପଛପଟ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲେ। ପୋଲିସ ହତ୍ୟା ରେ ବ୍ୟବହୃତ ସମଗ୍ରି କୁଞ୍ଜାର ଅଭିଯୁକ୍ତ ମନେ ନଷ୍ଟ କରିଥିବା ମୋବାଇଲ୍ ଓ ଅନ୍ୟ ସମଗ୍ରୀ ଜବତ କରି ଅଧିକ ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ